ଲକ୍ଷ୍ନୌରେ ମୋଦିଙ୍କ ସହ ଯୋଗୀଙ୍କ ଯୋଗ ! ପ୍ରଧାନମନ୍ତ୍ରୀ କହିଲେ, ଯୋଗ ଜୀବନର ଏକ ଅଂଶ

42

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜି ଯୋଗ କଲେ ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ସହ ରାଷ୍ଟ୍ରମନ୍ତ୍ରୀ ରାମ ନାଏକ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଯୋଗ କରିଛନ୍ତି ।
ଲକ୍ଷ୍ନୌର ରମାବାଇ ପାର୍କରେ ଏହି ବିଶାଳ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ତଥାପି ପ୍ରବଳ ବର୍ଷାରେ ଉପସ୍ଥିତ ଜନତାଙ୍କ ସହ ମିଶି ଯୋଗ କରିଛନ୍ତି ମୋଦି ଓ ଅନ୍ୟ ପ୍ରମୁଖ ନେତାମାନେ । ସମସ୍ତଙ୍କ ମଧ୍ୟରେ ଯୋଗ ଦିବସକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହି ଅବସରରେ ଯୋଗର ଉପାଦେୟତା ସଂପର୍କରେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଯୋଗ ଜୀବନର ଅଂଶବିଶେଷ ବୋଲି କହିଛନ୍ତି ମୋଦି । ଦେଶର ସମସ୍ତ ଯୋଗ କରୁଥିବା ଲୋକଙ୍କୁ ସେ ପ୍ରଣାମ କରିଛନ୍ତି । ଜୀବନରେ ଲୁଣର ଯେପରି ଆବଶ୍ୟକତା ରହିଛି ସେହିପରି ଯୋଗର ମଧ୍ୟ ଆବଶ୍ୟକତା ରହିଛି । ଯୋଗ ଜୀଇଁଁବାର କଳା ଶିଖାଇବା ସହ ଶରୀର, ମନ ଓ ବୁଦ୍ଧିକୁ ଏକାକାର କରିଥାଏ ଏବଂ ସାରା ବିଶ୍ୱକୁ ବାନ୍ଧି ରଖିବାରେ ଯୋଗ ହିଁ ମାଧ୍ୟମ ବୋଲି ମୋଦି କହିଛନ୍ତି ।