ଜାଗା ମିସନକୁ ଅନ୍ତର୍ଜାତୀୟ ସ୍ୱୀକୃତି : ଓଡିଶାକୁ ମିଳିଲା ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ, ବିଶ୍ୱର ସବୁଠାରୁ ବଡ ବସ୍ତି ଜମି ପ୍ରକଳ୍ପ ପାଇଁ ସମ୍ମାନ

302

କନକ ବ୍ୟୁରୋ : ଓଡିଶାର ମହତ୍ୱାକାଂକ୍ଷୀ ଯୋଜନା ଜାଗା ମିଶନକୁ ମିଳିଲା ଆନ୍ତର୍ଜାତୀୟ ସ୍ୱୀକୃତି । ଜାଗା ମିଶନ ପାଇଁ ଓଡିଶାକୁ ମିଳିଛି ୱାର୍ଲଡ ହାବିଟାଟ୍ ଆୱାର୍ଡ । ବ୍ରିଟ୍ରେନ ସ୍ଥିତ ୱାଲର୍ଡ ହାବିଟାଟ୍ ସଂସ୍ଥା ପକ୍ଷରୁ ୟୁଏନ-ହାବିଟାଟ୍ ସହଯୋଗରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଜାଗା ମିଶନକୁ ବିଶ୍ୱର ସବୁଠୁ ବଡ ବସ୍ତି ଜମି ପ୍ରକଳ୍ପର ମାନ୍ୟତା ମିଳିଛି ।  ଏହି ଯୋଜନାରେ ସହରାଂଚଳ ବସ୍ତିରେ ରହୁଥିବା ଲକ୍ଷାଧିକ ଗରିବ ଲୋକ ଉପକୃତ ହେବେ ।

 ସେମାନେ ସ୍ୱାଭିମାନର ସହ ରହିବେ ଏବଂ ବାସଚ୍ୟୁତ ହେବାର ଭୟ ରହିବନି । ୨୦୧୮ରେ ରାଜ୍ୟ ସରକାର ଏହି ଯୋଜନାକୁ ଆରମ୍ଭ କରିଥିଲେ । ବର୍ତମାନ ସୁଧା ୫୨ରୁ ଅଧିକ ପରିବାରକୁ ଜମି ଅଧିକାର ସାର୍ଟିଫିକେଟ ମିଳି ସାରିଥିବାବେଳେ ୧୭୨୫ ବସ୍ତିର ଡ୍ରୋନ୍ ଏବଂ ଜିଆଇଏସ୍ ଜ୍ଞାନକୌଶଳରେ ସର୍ଭେ ସରିଛି । ନିକଟରେ ଏହି ପ୍ରକଳ୍ପକୁ ଇଣ୍ଡିଆ ଜିଓସ୍ପେଶିଆଲ ଏକ୍ସଲେନ୍ସ ଆୱାର୍ଡ ମିଳିଥିଲା ।