ମାର୍ଚ୍ଚରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଉଡିବ ଅନ୍ତର୍ଜାତୀୟ ବିମାନ

64

କନକ ବ୍ୟୁରୋ : ମାର୍ଚ୍ଚରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆରମ୍ଭ ହେବ ବିଦେଶକୁ ବିମାନ ସେବା । ମାଲେସିଆର କ୍ୱାଲାଲମ୍ପୁରକୁ ଭୁବନେଶ୍ୱରରୁ ଉଡିବ ପ୍ରଥମ ବିମାନ । ଭୁବନେଶ୍ୱରରୁ ସିଧାସଳଖ କ୍ୱାଲାଲମ୍ପୁରକୁ ବିମାନ ସେବା ଯୋଗାଇବ ଏୟାର ଏସିଆ । ଏନେଇ ଓଡିଶା ସରକାର ଓ ଏୟାର ଏସିଆ ମଧ୍ୟରେ ବୁଝାମଣା ହେବ । ଏୟାର ଏସିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।