ଆଜି ଆନ୍ତର୍ଜାତିକ ପିତୃଦିବସ !

399

“ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ
ପିତରି ପ୍ରିତିମା ପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ”

ଏକ ଅମୃତ ଉଚ୍ଚାରଣ ହେଲା ବାପା । ବାପା ମଣିଷ ରୂପରେ ଦେବତା । ବାପା ପ୍ରତି ପରିବାର ପାଇଁ ଛାତ ଟିଏ । ଆପଦ ବିପଦରେ ଯାହାର ଚତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର । ବାପା ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ସୁନ୍ଦର ଉଦାହରଣ । ଆଜି ହେଲା ଆନ୍ତର୍ଜାତିକ ପିତୃ ଦିବସ ।

ଇତିହାସ କହେ ୪୦୦ ବର୍ଷ ପୂର୍ବେ ବେବିଲୋନରେ ଏଲମେସ ନାମକ ଏକ ଛୋଟ ବାଳକ ପ୍ରଥମେ ଫାଦର୍ସ ଡେ ଶୁଭେଚ୍ଛା ବାର୍ତ୍ତା ଏକ କାହୁଆ ବୋଳା ସ୍ଲେଟରେ ଲେଖି ବାପାଙ୍କୁ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲା । ଏହା ପରେ ବିଭିନ୍ନ ଦେଶରେ ଫାଦର୍ସ ଡେ ପରମ୍ପରାକୁ ବଜାୟ ରଖିବାକୁ କୁହାଯାଇଥିଲେ ହେଁ ବିଂଶ ଶତାବ୍ଦୀରୁ ଏହା ଆନୁଷ୍ଠାନିକ ଭାବେ ପାଳନ ହୋଇଆସୁଛି ।