ଅଟକିଗଲା ଫାଶୀ ! ପାକିସ୍ତାନ ବିରୋଧରେ ଭାରତର ବଡ଼ କୁଟନୈତିକ ବିଜୟ

26

କନକ ବ୍ୟୁରୋ : ଅନ୍ତର୍ଜାତୀୟ କୋର୍ଟ ଖୋଲି ଦେଇଛି ପାକିସ୍ତାନର ଅସଲ ମୁଖା । ଆଇନ୍ କାନୁନର ଉଦ୍ଧ୍ୱର୍କୁ ଯାଇ ଫଇସଲା ଶୁଣାଉଥିବା ପାକିସ୍ତାନ ଆର୍ମି କୋର୍ଟକୁ ଲାଗିଛି ବଡ ଧରଣର ଝଟକା । ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟ । ଫେୟାର ଟ୍ରାଲ୍ ବା ଉଚିତ୍ ନ୍ୟାୟ ଦାବିରେ ଅନ୍ତର୍ଜାତୀୟ କୋର୍ଟ ଦ୍ୱାରସ୍ଥ ହୋଇଥିଲା ଭାରତ ।

ଏତିକିରେ ଚୁପ୍ ବସିନି ଭାରତ । ପାକିସ୍ତାନରେ କୁଳଭୂଷଣଙ୍କ ଜୀବନ ସୁରକ୍ଷିତ ନୁହେଁ ବୋଲି କହିଛି ବୈଦେଶିକ ବ୍ୟାପର ମନ୍ତ୍ରାଳୟ । ଜଣେ ଭାରତୀୟ ନାଗରିକଙ୍କୁ ବେଆଇନ ଭାବରେ ଅଟକ ରଖିବା ଏବଂ ମିଥ୍ୟା ଆରୋପ୍ ଲଗାଇ ଫାଶୀ ଦଣ୍ଡ ଦେବା ପାକିସ୍ତାନର ନ୍ୟାୟିକ ବ୍ୟବସ୍ଥାର ପ୍ରମାଣ ଦେଉଛି ବୋଲି ଆଜି ପ୍ରେସମିଟରେ କୁହାଯାଇଛି । ଦୀର୍ଘ ୧୬ ଧର ଆଇନଗତ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ ହୋଇଥିଲେ ସୁଦ୍ଧା କର୍ଣ୍ଣପାତ କରିଥିଲା ପାକିସ୍ତାନ ।