ଇଣ୍ଟରନ୍ୟାସନାଲ କୋର୍ଟର ବଡ଼ ନିଷ୍ପତ୍ତି : କୁଳଭୂଷଣ ଯାଦବ ମାମଲାର ଶୁଣାଣିକୁ ଲାଇଭ୍ ଦେଖିପାରିବ ଦୁନିଆ

21

ପାକିସ୍ତାନ ଜେଲ୍ ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ) ଗତ ବର୍ଷ ୧୮ରୁ ୨୧ ଫେବୃୟାରୀକୁ ସାର୍ବଜନିକ ଶୁଣାଣି କରିବ । ସଂଯୁକ୍ତ ରାଷ୍ଟ୍ରର ପ୍ରଧାନ ନ୍ୟାୟ ଏକକ ଏହି ବିଷୟରେ ଏକ ବୟାନ ଜାରି କରିଛନ୍ତି । ବୟାନ ମୁତାବକ, କୁଳଭୂଷଣ ଯାଦବ ମାମଲାର ଶୁଣାଣିର ଲାଇଭ୍ ଷ୍ଟ୍ରିମିଙ୍ଗ କରାଯିବ । ପାକିସ୍ତାନୀ ସୈନ୍ୟ ଅଦାଲତ ଗୁଇନ୍ଦାଗିରୀ ଓ ଆତଙ୍କବାଦ ଅଭିଯୋଗରେ ୪୮ ବର୍ଷୀୟ ଯାଦବଙ୍କୁ ଏପ୍ରିଲ ୨୦୧୭ରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲା । ଭାରତ ସେହି ବର୍ଷ ମେ’ ରେ ଏହି ଫଇସଲା ବିରୁଦ୍ଧରେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ଅପିଲ ଦାଏର କରିଥିଲେ ।

ନ୍ୟାୟାଳୟର ୧୦ ସଦସ୍ୟ ବିଶିଷ୍ଟ ପୀଠ ୧୮ ମେ’ ୨୦୧୭ରେ ପାକିସ୍ତାନ ମାମଲାରେ ଶୁଣାଣି ପୁରା ହେବା ପର୍ଯ୍ୟନ୍ତ ଦଣ୍ଡବିଧାନ ଉପରେ ରୋକ୍ ଲଗାଇଥିଲା । ଅନ୍ତର୍ଜାତୀୟ ନ୍ୟାୟାଳୟ ଦ୍ୱାରା ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଥିଲା କି, ଶୁଣାଣି କରୁଥିବା ଅଦାଲତର ୱେବସାଇଟ୍ ସହିତ ଅନଲାଇନ୍ ୱେବ୍ ଟିଭି, ସଂଯୁକ୍ତ ରାଷ୍ଟ୍ର ଅନଲାଇନ୍ ଟିଭି ଚ୍ୟାନେଲରେ ଇଂରାଜୀ ଓ ଫ୍ରେଂଚରେ ଅନ୍ ଡିମାଣ୍ଡ ଲାଇଭ୍ ଷ୍ଟ୍ରିମିଙ୍ଗ କରାଯିବ । ଯାଦବ ଉପରେ ପାକିସ୍ତାନ ଲଗାଇଥିଲା ଗମ୍ଭୀର ଅଭିଯୋଗ । କହିଥିଲା ତାଙ୍କ ସୁରକ୍ଷାବଳ ମାର୍ଚ୍ଚ ୨୦୧୬ରେ ବଲୁଚିସ୍ତାନ ପ୍ରାନ୍ତରୁ ଗିରଫ କରିଥିଲା, ଯେଉଁଠି ସେ କଥିତ ଭାବେ ଇରାନ ରାସ୍ତା ଦେଇ ପ୍ରବେଶ କରିଥିଲେ ।