ଚାଷୀ କଲ୍ୟାଣ ନେଇ ବସିଲା ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ ! ସାମିଲ ହେଲେ ୨୫ଟି କୃଷି ସଂଗଠନର ପ୍ରତିନିଧି ।

89

କନକ ବ୍ୟୁରୋ : କୃଷି ଓ କୃଷକର ବିକାଶ ପାଇଁ ଗଠନ ହୋଇଥିବା ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ବସିଛି । ବୈଠକରେ କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ଖାଦ୍ୟ ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସାମିଲ ହୋଇଥିଲେ ।

ଏହି ବୈଠକରେ ୨୫ଟି କୃଷକ ସଂଗଠନର ପ୍ରତିନିଧି ଯୋଗଦେଇ ଜୈବିକ କୃଷି, ଗୋପାଳନ, ଛତୁଚାଷ ଓ ଭାଗଚାଷ ଭଳି ପ୍ରସଙ୍ଗ ଉପରେ ନିଜର ମତାମତ ରଖିଥିଲେ । ଏହି ଅବସରରେ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ- ପ୍ରତିବର୍ଷ କୃଷି ଓ ଆନୁଷଙ୍ଗିକ କୃଷି ନିମନ୍ତେ ଅଧିକରୁ ଅଧିକ ବଜେଟ ବ୍ୟବସ୍ଥା କରାଯାଉଛି । ବିଶେଷ ଭାବରେ କ୍ଷୁଦ୍ରଚାଷୀ ଓ ନାମମାତ୍ର ଚାଷୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ରାଜ୍ୟ ସରକାର ଅଧିକ ପ୍ରୟାସ ଜାରି ରଖିଛନ୍ତି ବୋଲି ମନ୍ତ୍ରୀ ବେହେରା କହିଛନ୍ତି ।