ନର୍ଥବ୍ଲକରୁ ବାହାରି ସଂସଦରେ ପହଞ୍ଚିଲେ ପୀୟୁଷ ଗୋୟଲ ! କଡା ସୁରକ୍ଷା ମଧ୍ୟରେ ପାର୍ଲାମେଂଟ କମ୍ପଲେକ୍ସରେ ପହଞ୍ଚିଲା ବଜେଟ କପି

74

କନକ ବ୍ୟୁରୋ : ଆଉ କିଛି ସମୟ ପରେ ସଂସଦରେ ଆଗତ ହେବ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ । କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଇଙ୍ଗିତ କରିଛନ୍ତି ଜୁଲାଇ ପର୍ଯ୍ୟନ୍ତ ଭୋଟ ଆଣ୍ଡ ଆକାଉଂଟ ଅଣାଯିବ । କିନ୍ତୁ ବଜେଟରେ ରହିବ ପୁରା ଆର୍ଥିକ ବର୍ଷର ଆୟବ୍ୟୟ ହିସାବ । ନର୍ଥବ୍ଲକ ସ୍ଥିତ ଅର୍ଥମନ୍ତ୍ରାଳୟ କାର୍ଯ୍ୟାୟଳୟରୁ ସଂସଦ ଅଭିମୁଖେ ବାହାରିସାରିଛନ୍ତି କାମଚଳା ଅର୍ଥମନ୍ତ୍ର ପୀୟୂଷ ଗୋୟଲ । ସେପଟେ ପାର୍ଲ୍ୟାମେଂଟ କଂପ୍ଲେକ୍ସରେ କଡା ସୁରକ୍ଷା ମଧ୍ୟରେ ପହଂଚି ସାରିଛି ବଜେଟ କପି । ନିର୍ବାଚନ ବର୍ଷ ହୋଇଥିବାରୁ ମୋଦି ସରକାରଙ୍କ ବଜେଟରୁ ବଡ ଆଶା କରାଯାଉଛି । ଏପରିକି ମୋଦି ସରକାରଙ୍କ ସାଢେ ୪ ବର୍ଷରୁ ଅଧିକ ସମୟର ଉପଲବ୍ଧି ପିୟୂଷ ଗୋୟଲଙ୍କ ବଜେଟ ଭାଷଣରେ ସ୍ଥାନ ପାଇପାରେ ।

ନିର୍ବାଚନ ବର୍ଷରେ ଅନ୍ତରୀଣ ବଜେଟ୍ ବା କାମଚଳା ବଜେଟ୍ ଆଣିବାର ପରମ୍ପରା ରହିଆସିଛି । ପୂର୍ଣ୍ଣାଙ୍ଗ ବଜେଟରେ ଏକ ଆର୍ଥିକ ବର୍ଷର ହିସାବ କିତାବ ସହ ଆଗାମୀ ଆର୍ଥିକ ବର୍ଷ ଲାଗି ଆୟବ୍ୟୟ ହିସାବ ଦିଆଯାଇଥାଏ । କାମଚଳା ବଜେଟ୍ରେ ମଧ୍ୟ କେନ୍ଦ୍ର ସରକାର ବଡ ଆର୍ଥିକ ସଂସ୍କାର ଓ ଆୟକର ସୀମାରେ ପରିବର୍ତ୍ତନ ଘୋଷଣା କରିପାରନ୍ତି । କିନ୍ତୁ ପରବର୍ତ୍ତୀ ସରକାର ଚାହିଁଲେ ଏହାକୁ ପରିବର୍ତ୍ତନ କରିବାର କ୍ଷମତା ରହିଛି ।