ଅନ୍ତରୀଣ ବଜେଟ୨୦୧୯: ପ୍ରତିରକ୍ଷା କ୍ଷେତ୍ର ମୋଦି ସରକାରଙ୍କ ଐତିହାସିକ ଘୋଷଣା, ବଜେଟ ୩ ଲକ୍ଷ କୋଟିରୁ ପାର ।

211

ପାକିସ୍ତାନ ଓ ଚୀନ ମଧ୍ୟରେ ଭାରତର ଯୋରଦାର ସତ୍ରୁତା ଚାଲିଥିବା ବେଳେ ଅନ୍ତରୀଣ ବଜେଟରେ ମୋଦି ସରକାର ପ୍ରତିରକ୍ଷା ବିଭାଗକୁ ନିଜ ଫୋକସରେ ନେଇଛନ୍ତି । ଏହି ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ ମୋଦି ସରକାର ୩ ଲକ୍ଷ କୋଟିର ବଜେଟ ଘୋଷଣା କରିଛନ୍ତି ।

ଅନ୍ତରୀଣ ବଜେଟକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ମୋଦି ସରକାରଙ୍କ ଏହି ବଜେଟ ଘୋଷଣା ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷପ ବୋଲି କୁହାଯାଇଛି । ଏହି ବଜେଟକୁ ଆଜି ଘୋଷଣା କରିବା ପରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଆମର ସୈନୀକ କଠିନରୁ ଅତି କଠିନ ପରିସ୍ଥିତିରେ ବି ଛିଡା ହୋଇ ଦେଶକୁ ରକ୍ଷା କରୁଛନ୍ତି । ତେଣୁ ସରକାର ସୈନ୍ୟଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରାୟ ୪୦ ବର୍ଷ ହେବ ସେନାଙ୍କ ଦାବିକୁ ପୁରା କରାଯାଇଛି । ଫରେଷ୍ଟ ର‌୍ୟାଙ୍କ ଏବଂ ଫରେଷ୍ଟ ପେନସନ ଅନୁଯାୟୀ ସରକାର ଅବସର ପ୍ରପ୍ତ ସୈନୀକଙ୍କୁ ୩୫ ହଜାର କୋଟି ପ୍ରଦାନ କରିଚନ୍ତି ।