ବଜେଟ୍ : ଲାଭ କାହାର, କ୍ଷତି କାହାର? ଭୋଟ ପାଇଁ ମୋଦି ଖୋଲିଦେଲେ ଭଣ୍ଡାର

ନିର୍ବାଚନୀ ବର୍ଷରେ କାମଚଳା ବଜେଟରୁ ଚାଷୀ , ମଧ୍ୟବିତ, ଶ୍ରମିକଙ୍କୁ ଲାଭ ; ବ୍ୟାକଫୁଟରେ ବିରୋଧୀ , ଭୂମିହୀନ ଚାଷୀ ଓ ବଣ୍ଡ ନିବେଶକଙ୍କୁ କ୍ଷତି

138

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଚାଷୀ, ଶ୍ରମିକ ମଧ୍ୟବିତ ଓ ଗ୍ରାମାଂଚଳ ବର୍ଗଙ୍କୁ ବଡ ଉପହାର ଦେଇଛନ୍ତି । ବଜେଟ ଜରିଆରେ ୨୦୧୯ ଏଜେଣ୍ଡାକୁ ଧ୍ୟାନରେ ରଖିଛନ୍ତି ସରକାର । ନିର୍ବାଚନୀ ବର୍ଷରେ କାମଚଳା ବଜେଟରୁ ଚାଷୀ, ମଧ୍ୟବିତ, ଶ୍ରମିକଙ୍କୁ ଲାଭ ମିଳିବ । ଡାଇରେକ୍ଟ ସପୋଁ ସିଷ୍ଟମ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ ୬ହଜାର ଟଙ୍କା ଏଥିରେ ୨ ହେକ୍ଟର ଜମିଥିବା ଚାଷୀ ବିଶେଷ ଲାଭବାନ ହେବେ ।

ଏହା ଦ୍ୱାରା ୧୨କୋଟି ଚାଷୀ ଲାଭବାନ ହେବ । ଗରିବ ଶ୍ରେଣୀ ଶ୍ରମିକଙ୍କୁ ମେଗା ପେନସନ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଶ୍ରମିକଙ୍କୁ ମାସିକିଆ ମିଳିବ ୩ହଜାର ପେନସନ ରାଶି । ୧୦୦ଟଙ୍କା ମାସିକ ଯୋଗଦାନ ଉପରେ ଶ୍ରମିକଙ୍କୁ ୬୦ବର୍ଷ ବୟସ ପରେ ପ୍ରତିମାସରେ ମିଳିବ ୩ହଜାର ପେନସନ ରାଶି ।ସେହିପରି ମଧ୍ୟବିତ ଓ ନିମ୍ନମଧ୍ୟବିତଙ୍କ ପାଇଁ ଆୟକର ଛାଡ ସୀମା ବୃଦ୍ଧି କରି ବଡ ଉପହାର ଦେଇଛନ୍ତି । ତେବେ ଭୂମିହୀନ ଚାଷୀ ଓ ବଣ୍ଡ ନିବେଶକଙ୍କୁ କ୍ଷତି ସହିବାକୁ ପଡିବ ।

ଭୋଟ୍ ପାଇଁ ଭଣ୍ଡାର: ୨୭ ଲକ୍ଷ ୮୪ ହଜାର କୋଟିର ବ୍ୟୟବରାଦ

୧) ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ଲାଗି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା
୨) ୨ ହେକ୍ଟର ପର‌୍ୟ୍ୟନ୍ତ ଚାଷଜମି ଥିବା କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ
୩) ଏହି ସହାୟତା ତିନିଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ
୪) ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ପଠାଇ ଦିଆଯିବ
୫) ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ
୬) ଏଥିପାଇଁ ବର୍ଷକୁ ୭୫ ହଜାର କୋଟି ଟଙ୍କା ବ୍ୟୟବରାଦ
୭) ଏହି ଯୋଜନାରେ ୧୨ କୋଟି ଚାଷୀ ଉପକୃତ ହେବେ
୮) ତେବେ ଭୂମିହୀନ ଚାଷୀଙ୍କୁ ଏହି ସହାୟତା ମିଳିବ ନାହିଁ
୯) ବ୍ୟକ୍ତିଗତ ଆୟକର ଛାଡ଼ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି
୧୦) ଆୟକର ହାରରେ କୌଣସି ପରିବର୍ତ୍ତନ ନାହିଁ
୧୧) ବ୍ୟାଙ୍କ୍/ଡାକଘର ଜମା ସୁଧ ଉପରେ ଛାଡ଼ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
୧୨) ଘରଭଡ଼ା ଉପରେ ଆୟକର ଛାଡ଼ ସୀମା ୧ ଲକ୍ଷ ୮୦ ହଜାରରୁ
୧୩) ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି
୧୪) ଗ୍ରାଚ୍ୟୁଇଟି ସୀମା ୨୦ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି
୧୫) ୩ କୋଟି ମଧ୍ୟବିତ୍ତ ଆୟକରଦାତା ଉପକୃତ ହେବେ
୧୬) ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଶ୍ରମଯୋଗୀ ମାନଧନ ଯୋଜନା
୧୭) ଶ୍ରମିକମାନଙ୍କୁ ମାସିକ ୩ ହଜାର ଟଙ୍କା ପେନ୍ସନ୍ ମିଳିବ
୧୮) ୬୦ ବର୍ଷ ବୟସ ପରେ ଶ୍ରମିକମାନଙ୍କୁ ଏହି ପେନ୍ସନ୍ ମିଳିବ
୧୯) ୨୯ ବର୍ଷ ବୟସର ଶ୍ରମିକ ମାସକୁ ଦେବେ ୧୦୦ ଟଙ୍କା, ୧୮ ବର୍ଷ ବୟସର ଦେବେ ୫୫ ଟଙ୍କା
୨୦) କେନ୍ଦ୍ର ମଧ୍ୟ ସମପରିମାଣର ଟଙ୍କା ଦେବ
୨୧) ଏହି ଯୋଜନାରୁ ୧୦ କୋଟି ଅଣସଂଗଠିତ ଶ୍ରମିକ ଉପକୃତ ହେବେ
୨୨) ଆଗାମୀ ୫ ବର୍ଷରେ ଏହା ହେବ ଅଣସଂଗଠିତ କ୍ଷେତ୍ରରେ ବିଶ୍ବର ସବୁଠାରୁ ବଡ଼ ପେନ୍ସନ୍ ଯୋଜନା
୨୩) ରେଳଭଡ଼ାରେ କୌଣସି ପରିବର୍ତ୍ତନ ନାହିଁ
୨୪) ବ୍ରଡ୍ଗେଜ୍ ରେଳ ଲାଇନ୍ରୁ ସମ୍ପୂର୍ଣ୍ଣ ରୂପେ ମାନବବିହୀନ ଲେବଲ୍ କ୍ରସିଂ ଉଚ୍ଛେଦ
୨୫) ଚଳିତ ବର୍ଷରୁ ବନ୍ଦେ ଭାରତ ଏକ୍ସପ୍ରେସ
୨୬) ଗୋସମ୍ପଦ ରକ୍ଷା ପାଇଁ ଜାତୀୟ କାମଧେନୁ ଆୟୋଗ ଏଥିପାଇଁ ୭୫୦ କୋଟି ଟଙ୍କା ବ୍ୟୟବରାଦ
୨୭) ମହିଳା ସୁରକ୍ଷା ଓ ସଶକ୍ତୀକରଣ ପାଇଁ ୧୩୩୦ କୋଟି ଟଙ୍କାର ବ୍ୟୟବରାଦ
୨୮) ପ୍ରତିରକ୍ଷା ବିଭାଗ ପାଇଁ ୩ ଲକ୍ଷ କୋଟିରୁ ଅଧିକ ବ୍ୟୟ ବରାଦ
୨୯) ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩.୩ % ହାସଲ ହୋଇପାରିବ ନାହିଁ
୩୦) ଚାଷୀମାନଙ୍କ ସହାୟତା ପାଇଁ ଚଳିତବର୍ଷ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାରୁ ବିତ୍ତୀୟ ନିଅଣ୍ଟ ୩.୪% ରହିବ
୩୧) ୨୦୨୦-୨୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩%