ଆକାଶରେ ଆଠ ଘଣ୍ଟା ! ୧୫ ବର୍ଷ ପରେ ପଦାକୁ ଆସିଲା ୱାଲ୍ଡ ଟ୍ରେଡ୍ ସେଂଟର୍ ଆକ୍ରମଣର ଚାଂଚଲ୍ୟକର ତଥ୍ୟ

26

capture୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ ବର୍ଷ । ଆମେରିକାର ନ୍ୟୁୟର୍କ ସହରରେ ଥିବା ୱାଲ୍ଡ ଟ୍ରେଡ୍ ସେଂଟର ଉପରେ ସେପ୍ଟେମ୍ବର ୧୧, ୨୦୦୧ରେ ହୋଇଥିଲା ଆତ୍ମଘାତୀ ହମଲା । ଏହି ଘଟଣା ସାରା ଦୁନିଆକୁ ଦୋହଲାଇ ଦେଇଥିଲା । ତେବେ ଘଟଣାଦିନ କଣ ଥିଲା ହ୍ୱାଇଟ୍ ହାଉସର ସ୍ଥିତି, କେଉଁଠି ଥିଲେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ୍ । ଘଟଣାର ଠିକ୍ ୧୫ ବର୍ଷ ପରେ ସାମ୍ନାକୁ ଆସିଛି କିଛି ଚାଂଚଲ୍ୟକର ତଥ୍ୟ ।

air_force_one_on_the_groundଆକ୍ରମଣ ସଂପର୍କରେ ଜଣାପଡ଼ିବା ପରେ ତତକ୍ଷଣାତ୍ ବଢ଼ିଯାଇଥିଲା ହ୍ୱାଇଟ୍ ହାଉସ୍ ଏବଂ ରାଷ୍ଟ୍ରପତି ଜର୍ଜ ବୁଶଙ୍କ ସୁରକ୍ଷା । ଆଉ ଏହି ସୁରକ୍ଷାତ୍ମକ ପଦକ୍ଷେପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ଏୟାର ଫୋର୍ସ-ୱାନ। ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଚଢୁଥିବା ବିମାନ। ରାଷ୍ଟ୍ରପତି ବୁଶଙ୍କ ସମେତ ୭୦ ଜଣ ସଦସ୍ୟକୁ ନେଇ ଦୀର୍ଘ ୮ ଘଂଟା ଥରି ଆମେରିକା ଆକାଶରେ ଉଡି ବୁଲୁଥିଲା ଏୟାର ଫୋର୍ସ ୱାନ୍।

120412_stegall_bush2_640ଯୁଦ୍ଧର ଆଶଙ୍କା କରି ବିମାନ ଭିତରେ ଥାଇ ସ୍ଥିତି ଅନୁଧ୍ୟାନ କରୁଥିଲେ ବୁଶ୍ । କୋଡୱାର୍ଡରେ କଥା ହେବା ସହ ତତ୍କାଳୀନ ଉପ-ରାଷ୍ଟ୍ରପତି ଡକ୍ ଚେନୀ, ଘଟଣା ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରୁଥିଲେ । ପରିବାର ଲୋକଙ୍କ ସୁରକ୍ଷା ସଂପର୍କରେ ମଧ୍ୟ ଏୟାରଫୋର୍ସ ୱାନରେ ଥାଇ ବୁଶ୍ ଉପରାଷ୍ଟ୍ରପତିଙ୍କୁ ପଚାରିଥିଲେ । ହ୍ୱାଇଟ୍ ହାଉସର ବଙ୍କରରେ ଥିବା ଉପରାଷ୍ଟ୍ରପତିଙ୍କୁ ବୁଶ୍ କରିଥିଲେ-ଆମେ ଏବେ ଯୁଦ୍ଧ ଭିତରେ ରହିଛେ, ଏହି ଯୁଦ୍ଧ କିଏ ଆରମ୍ଭ କରିଛି ତାହା କେବେ ଜାଣିପାରିବା । ଏମିତି କିଛି ବ୍ୟଗ୍ରତା ଦେଖିବା ଦେଖିବାକୁ ମିଳିଥିଲା ବୁଶଙ୍କ ଭିତରେ ।

୮ ଘଂଟାର ଉଡ଼ାଣ ପରେ ସବୁ କିଛି ନିୟନ୍ତ୍ରଣରେ ଥିବା ଜଣାପଡ଼ିବା ପରେ ଏୟାରଫୋର୍ସ ୱାନ୍ ଅବତରଣ କରିଥିଲା। ରାଷ୍ଟ୍ରପତିଙ୍କ ସହ ସେଦିନ ସମସ୍ତେ ଭୟଙ୍କର ଆଶଙ୍କା ଏବଂ ଉଦବିଗ୍ନ ଭିତରେ ରହିଥିଲେ । ସୁରକ୍ଷା ଦୃଷ୍ଟିରୁ ଏୟାରଫୋର୍ସ ୱାନକୁ ସେଦିନ କୋଡୱାର୍ଡରେ ‘ଏଂଜେଲ୍’ ବୋଲି କୁହାଯାଉଥିଲା।

ଏୟାରଫୋର୍ସ ୱାନ, କ୍ଷମତା ଏବଂ ଶକ୍ତିର ପ୍ରତୀପ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ଏହି ବିମାନରେ ଦୀର୍ଘ ୮ ଘଂଟା ଆକାଶରେ ବିତାଇଥିଲେ ତକ୍ରାଳୀନ ରାଷ୍ଟ୍ରପତି ଜର୍ଜ ବୁଶ୍ । ଏହି ଆତଙ୍କବାଦୀ ଘଟଣାକୁ ୧୫ ବର୍ଷ ପୁର୍ତି ଅବସରରେ ରାଷ୍ଟପ୍ରତିଙ୍କ ସଚିବ ଏ ସଂପର୍କରେ ଏହି ଗୋପନ ତଥ୍ୟକୁ ସାର୍ବଜନୀନ କରିଛନ୍ତି।