କେବେ ମନ୍ଦିରରେ ଗୀତ ବୋଲୁଥିଲେ ସୁନିଧୀ ! ଏବେ ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟିକା

41

ସୁନିଧୀ ଚୌହାନ୍ । ଯାହାଙ୍କ ନାଁ ହିଁ ତାଙ୍କ ପରିଚୟ । ନିଜର ମତୁଆଲା କଣ୍ଠର ଯାଦୁରେ ଦୀର୍ଘ ଦୁଇ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍ । କେବଳ ଗାୟିକୀ ନୁହେଁ , ସୌନ୍ଦର୍ଯ୍ୟରେ ବି ଅନେକ ନାୟିକାଙ୍କୁ ଦେଇଛନ୍ତି ମାତ୍ । ୨୦୧୩ରେ ସେ ଏସିୟାର ଶେଷ୍ଠ ୫୦ ସେକ୍ସିଏଷ୍ଟ ମହିଳାଙ୍କ ମଧ୍ୟରେ ମଧ୍ୟ ହୋଇଥିଲେ ସାମିଲ୍ । ତେବେ କଣ ଆପଣ ଜାଣନ୍ତି ବଲିଉଡର ଏହି ଲୋକପ୍ରିୟ ଗାୟିକା ଦିନେ ମନ୍ଦିରରେ ଗୀତ ବୋଲୁଥିଲେ । ଏବେ ନଜର ପକାନ୍ତୁ ସୁନିଧୀଙ୍କ ସଙ୍ଗୀତ ଯାତ୍ରା ଉପରେ ।

ପିଲାବେଳୁ ସଙ୍ଗୀତରେ ରୁଚି ରଖିଥିବା ସୁନିଧୀ ମାତ୍ର ମାତ୍ର ୧୦ମ ଯାଏଁ ପାଠ ପଢିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୪ ବର୍ଷ ବୟସରୁ ନିଜ ସଙ୍ଗୀତ କ୍ୟାରିୟର୍ ଆରମ୍ଭ କରିଥିଲେ ସୁନିଧୀ । ପଥମ ଥର ପାଇଁ ସେ ଦିଲ୍ଲୀର ଏକ ମନ୍ଦିରରେ ଗୀତ ବୋଲିଥିଲେ । ତାପରେ ବିଭିନ୍ନ ପ୍ରତିଯୋଗୀତା ଏବଂ ସ୍ଥାନୀୟ ସମାରୋହ ମାନଙ୍କରେ ଗୀତ ବୋଲିବା ଆରମ୍ଭ କଲେ । ସେ ଦୁରଦର୍ଶନର ଲୋକପ୍ରିୟ ସଙ୍ଗୀତ ରିୟଲିଟି ସୋ ‘ମେରୀ ଆୱାଜ୍ ଶୁନୋ’ ଅଂଶଗ୍ରହଣ କରିଥିଲେ । ଆଉ ଏହି ସୋରେ ପ୍ରଥମ ହୋଇ ଲତା ମଙ୍ଗେସକର୍ ଟ୍ରଫି ଜିତିଥିଲେ । ତାପରେ ସୁନିଧୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ଏହି ସୋ ଜିତିବା ପରେ ଆଉ ପଛକୁ ଫେରି ନାହାଁନ୍ତି ସୁନିଧୀ । ଚଢିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତାର ସିଡି ।

୨୦ବର୍ଷର ଫିଲ୍ମି କ୍ୟାରିୟର୍ ମଧ୍ୟରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ହେଲେ ପୂର୍ଣ୍ଣମୀ ପରେ ଯେମିତି ଆସେ ଅମାବାସ୍ୟା ସେମିତି ସୁନିଧୀ ମଧ୍ୟ ଖରାପ ସମୟ ଦେଇ ଗତି କରିଥିଲେ । ମାତ୍ର ୧୮ବର୍ଷ ବୟସରେ ନିର୍ଦ୍ଦେଶକ ବବି ଖାନଙ୍କୁ ବିବାହ କରିଥିଲେ ସୁନିଧୀ । ଯାହାକୁ ଘୋର୍ ବିରୋଧ କରିଥିଲେ ତାଙ୍କ ପରିବାର ଲୋକ । ମାତ୍ର ବର୍ଷେ ମଧ୍ୟରେ ଏହି ବିବାହ ବିଚ୍ଛେଦ ହୋଇଯାଇଥିଲା । ଆଉ ୯ବର୍ଷ ପରେ ନିଜ ପିଲାବେଳର ସାଙ୍ଗ ମ୍ୟୁଜିକ୍ ଡାଇରେକ୍ଟର୍ ହିତେଶ୍ ସୋନିକଙ୍କୁ ଦ୍ୱତୀୟ ବିବାହ କରିଛନ୍ତି ।