ସ୍ୟାଲେରୀ ଓ ଲୁଣ ଭିତରେ ସଂପର୍କ କ’ଣ ? ଆସନ୍ତୁ ଜାଣିବା ଲୁଣ ବିଷୟରେ ଏମିତି କିଛି ରୋଚକ ତଥ୍ୟ

65

ଆମ ଥାଳିରେ ଲୁଣର ଭାଗ ସବୁଠାରୁ ଛୋଟ କିନ୍ତୁ ସବୁଠାରୁ ମୁଖ୍ୟ ହୋଇଥାଏ । ରୋଷେଇରେ ଲୁଣ ଯେତେ ମୁଖ୍ୟ ଥାଏ, ଏହା ବିଷୟରେ କିଛି ତଥ୍ୟ ,ସେତେ ହିଁ ରୋଚକ । ଆସନ୍ତୁ ଲୁଣ ବିଷୟରେ ଏମିତି କିଛି ରୋଚକ ତଥ୍ୟ ଜାଣିବା ।

କେବେ ରୋମର ସୈନିକଙ୍କୁ ପାରିଶ୍ରମିକ ରୂପେ ଲୁଣ ଦିଆଯାଉଥିଲା । ପାରିଶ୍ରମିକର ଇଂରାଜୀ ଶବ୍ଦ ‘ସ୍ୟାଲେରୀ’  ସଲ୍ଟ ରୁ ତିଆରି ହୋଇଛି ।

ପୂର୍ବ କାଳରେ ଜାପାନରେ ଥିଏଟର ମଂଚ ଉପରେ ନାଟକ ପୂର୍ବରୁ ଲୁଣ ଛିଂଚାଯାଉଥିଲା । ଅଭିନେତାଙ୍କୁ ଖରାପ ଆତ୍ମାରୁ ଦୂର ରଖିବା ପାଇଁ ଏମିତି କରାଯାଉଥିଲା ।

ଭାରତରେ ଲୁଣ ଏକ ଆନ୍ଦୋଳନର ରୂପ ନେଇଥିଲା ଯାହାକୁ ‘ଲବଣ ସତ୍ୟାଗ୍ରହ’ କୁହାଯାଏ । ଏହି ଆନ୍ଦୋଳନ ଇଂରେଜ ମାନଙ୍କ ଦ୍ୱାରା ଲୁଣ ଉପରେ ଲଗାଯାଇଥିବା କର ବିରୁଦ୍ଧରେ ଥିଲା । ପାଖାପାଖି ୮୦ ସତ୍ୟାଗ୍ରହୀଙ୍କ ସହିତ ଗାନ୍ଧୀ ଗୁଜରାଟର ସାବରମତୀ ଆଶ୍ରମ ରୁ ଚାଲି ଚାଲି ଦାଣ୍ଡି ପର୍ଯ୍ୟନ୍ତ, ପାଖାପାଖି ୩୯୦ କିମି ପଦଯାତ୍ରା କରିଥିଲେ । ଇତିହାସରେ ଏହି ଘଟଣା ‘ଦାଣ୍ଡି ମାର୍ଚ’ ନାମରେ ଲିପିବଦ୍ଧ ଅଛି ।

ଭାରତରେ ୭୫% ଲୁଣ ଉତ୍ପାଦନ ଗୁଜରାଟରେ ହୋଇଥାଏ । ଗୁଜରାଟର ୨୦ ଲୁଣ ରିଫାଇନାରୀ ମଧ୍ୟରୁ କେବଳ ୧୪ଟି ଗାନ୍ଧୀ ଧାମରେ ଅଛି । ଭାରତରେ ପ୍ରଚୁର ମାତ୍ରାରେ ଲୁଣ ମିଳେ । ଏହା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ରକ୍ ସଲ୍ଟ ରୂପେ ମିଳିଥାଏ । ରାଜସ୍ଥାନର ଲୁଣି ହ୍ରଦ, ଯେମିତି କି ସାମ୍ଭର ହ୍ରଦ, ଡିଡବାନା ହ୍ରଦର ତଟ ଉପରେ ମଧ୍ୟ ଲୁଣର ଉତ୍ପାଦନ ହୋଇଥାଏ । ଗୁଜରାଟର କଚ୍ଛ ଲୁଣ ଉତ୍ପାଦନ ପାଇଁ ଜଣାଯାଏ । ଆସାମ ଓ ମଣିପୁରର କିଛି ଲୁଣି ଝରଣାରୁ ଲୁଣ ଉତ୍ପାଦନ ହୋଇଥାଏ ।