ପ୍ରେମ ବ୍ୟାପରକୁ ନେଇ କଲ୍ୟାଣସିଂହପୁରରେ ଲଙ୍କାକାଣ୍ଡ : ୩୦ ବଖରା ଘର ଭାଙ୍ଗିରୁଜି ଦେଲେ ଉତ୍ୟକ୍ତ ଲୋକ

18

ରାୟଗଡା : ପ୍ରେମକୁ ନେଇ ଲଙ୍କାକାଣ୍ଡ । ଉତ୍ୟକ୍ତ ଲୋକେ ଭାଙ୍ଗିଲେ ତିରିଶ ବଖରା ଘର। ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡା କଲ୍ୟାଣସିଂହପୁର ଇରିପିପୁଟ ଗାଁରେ । ଯେଉଁଠି ପ୍ରେମ ବ୍ୟାପରକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ । ଗାଁର ଜଣେ ଆଦିବାସୀ ଯୁବତୀଙ୍କୁ ନେଇ ସେହି ଗାଁର ହରିଜନ ଯୁବକ ରାଜକୁମାର ତୁରୁକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଦିବାସୀ ମାନେ ଏକାଠି ହୋଇ ହରିଜନ ସାହି ଉପରେ ଆକ୍ରମଣ କରିଛନ୍ତି । ଉତ୍ୟକ୍ତ ଲୋକମାନେ ୩୦ ବଖରା ଘର ଭାଙ୍ଗିଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଗାଁରେ ଏବେବି ଚାପା ଉତେଜନା ଲାଗିରହିଛି । ତେବେ ସମସ୍ୟାର ସମାଧାନ ପାଇଁ କରପା ପଂଚାୟତ କାର୍ଯ୍ୟାଳୟରେ ଏକ ବୈଠକର ମଧ୍ୟ ଆୟୋଜନ କରାଯାଇଥିଲା, ମାତ୍ର ଏଥିରେ କୌଣସି ନିଷ୍କର୍ସ ବାହାରିପାରିନି । ଉତ୍ୟକ୍ତ ଆଦିବାସୀମାନେ ସଭା ଅଧାରୁ ଉଠି ଚାଲିଯାଇଥିଲେ । ସେପଟେ ରାଜକୁମାର ପୂର୍ବରୁ ମଧ୍ୟ ବିବାହିତ ଥିବା ଜଣାପଡିଛି । ବାହୁଡା ଯାତ୍ରା ଦିନ ରାଜକୁମାର ଆଦିବାସୀ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି, ଘଟଣାରେ ପୁଲିସ ତନାଘନା ଚଳାଇଛି । ଦେଖନ୍ତୁ ଏହି ଭିଡିଓରେ ସେଠାକାର ଚିତ୍ର :