ଆଜି କୋଲକାତାରେ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବୈଠକ, ଯୋଗଦେବେ ୫ ରାଜ୍ୟ! ମହାନଦୀ ପ୍ରସଙ୍ଗରେ ମତ ରଖିବ ଓଡ଼ିଶା

30

କନକ ବ୍ୟୁରୋ : ଆନ୍ତଃରାଜ୍ୟ ଜଳ ବିବାଦ ସଂକ୍ରାନ୍ତୀୟ ଆଲୋଚନା ନେଇ ଆଜି କୋଲକତାରେ ବସୁଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ପୂର୍ବାଂଚଳର ୫ଟି ରାଜ୍ୟର ପ୍ରତିନିଧି ଯୋଗଦେବେ । ଓଡିଶା ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏଥିରେ ଭାଗ ନେବେ । ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ପକ୍ଷ ରଖିବେ ସୂର୍ଯ୍ୟ । ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ନିର୍ମାଣ ଏବଂ ଏନଜିଟିର ନିର୍ଦ୍ଦେଶର ଉଲଂଘନ ସଂପର୍କରେ ଅବଗତ କରିବ ଓଡ଼ିଶା ।

ଏହାସହ ଆନ୍ଧ୍ର ସହିତ ପୋଲାଭରମ ପ୍ରକଳ୍ପକୁ ନେଇ ଥିବା ସମସ୍ୟା ସଂକ୍ରାନ୍ତରେ ମଧ୍ୟ ଓଡ଼ିଶା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପୂର୍ବାଚଂଳ ରାଜ୍ୟର ପ୍ରତିଧିନି ଭାବେ ଭାଗ ନେଇ ଜଳକୁ ନେଇ ସମସ୍ୟା ସଂପର୍କରେ ଆଲୋଚନା କରିବେ । ଏପଟେ ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡି ବୈଠକ କରି ରଣନୀତି ପ୍ରସ୍ତୁତ କରିଛି । ଆଗାମୀ ୨୨ ତାରିଖରେ ମହାସମ୍ମିଳନୀ ପୂର୍ବରୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛି ।

ଛତିଶଗଡର କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟକୁ ବନ୍ଦ କରିଦିଆଯିବା ଫଳରେ ଓଡିଶା ପଟେ ମହାନଦୀ ଶୁଖିଲା ପଡିଛି । ତେଣୁ ଓଡିଶାର ଜୀବନରେଖା ମହାନଦୀକୁ ନେଇ ନ୍ୟାୟିକ ଲଢେଇ ସହ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ପୁରା ଦମରେ ଲାଗିପଡିଛି ବିଜେଡି ।