ଉଡିଲେ ଫଶିବେ ! ଆଉ ସିବିଆଇ ଆଖିରେ ଧୂଳି ଦେଇ ପାରିବନି ମହାଘୋଟାଲାର ମହାଠକ, ଇଣ୍ଟରପୋଲ ସ୍କାନରରେ ନିରଭ ମୋଦି

106

ପିଏନବି ମହାଘୋଟାଲାକୁ ନେଇ ତତ୍ପର ହୋଇଉଠିଛି ସିବିଆଇ । ତଦନ୍ତର ଗତିର ବେଗକୁ ବଢାଇ ଦେଇଛି ସିବିଆଇ । ସୁରକ୍ଷା ଏଜେନ୍ସି ମାନେ ଏହି ଘୋଟାଲାରେ ସାମିଲ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଖୋଜି ଖୋଜି ବାହାର କରୁଛନ୍ତି । ତେବେ ଏହି ମହାଘୋଟଲାର ମୁଖ୍ୟ ଖଳନାୟକ ନିରଭ ମୋଦି ଦେଶ ଛାଡି ଏବେ ବିଦେଶରେ ଲୁଚି ରହିଥିବା ଜଣାପଡିଛି । ତେଣୁ ୧୧,୪୦୦ କୋଟି ଟଙ୍କାର ଫ୍ରଡ ମାଷ୍ଟରକୁ ଧରିବା ପାଇଁ ଏବେ ଇଣ୍ଟରପୋଲର ସାହାର୍ଯ୍ୟ ନେଇଛି ସିବିଆଇ ।

nirab modiଏଣିକି ଆଉ ସିବିଆଇ ଆଖିରେ ଧୂଳି ଦେଇ ପାରିବନି ମହାଘୋଟାଲାର ମହାଠକ ନିରଭ ମୋଦି । ନିରଭକୁ ଧରିବା ପାଇଁ ସିବିଆଇ ଇଣ୍ଟରପୋଲର ସାହାର୍ଯ୍ୟ ନେଇଛି । ଏହାଦ୍ୱାରା ବିଶ୍ୱର ସମସ୍ତ ବିମାନମନ୍ଦରକୁ ନୋଟିସ କରାଯାଇଛି । ଯଦି ଏହି ସମୟରେ ନିରଭ ଅନ୍ୟ କେଉଁ ଦେଶକୁ ଯିବାକୁ ଚେଷ୍ଟା କରେ ତେବେ ସଙ୍ଗେ ସଙ୍ଗେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ସୂଚନା ମିଳି ପାରିବ । ଏହା ପୂର୍ବରୁ ମଧ୍ୟ ଇଣ୍ଟରପୋଲ ଜରିଆରେ କିଛି ନିଦ୍ଦିଷ୍ଟ ଦେଶରେ ନିରଭଙ୍କୁ ନେଇ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଏବେ ନିରଭ ଉପରେ ନଜର ରଖିବା ପାଇଁ ବିଶ୍ୱର ସମସ୍ତ ବିମାନମନ୍ଦରକୁ ନୋଟିସ ଜାରି କରାଯାଇଛି ।

ନିରଭ ଏବେ କେଉଁଠି ? ତାହା ଏବେ ସିବିଆଇ ପାଇଁ ଏକ ବଡ ପ୍ରଶ୍ନ । ନିରଭ କେଉଁଠି ଲୁଚିଛି ଏନେଇ କୌଣସି ସୂଚନା ସିବିଆଇ ପାଖରେ ନାହିଁ । କିନ୍ତୁ ମିଡିଆ ରିପୋର୍ଟ ଅନୂଯାୟୀ, ନିରଭ ଏବେ ନ୍ୟୁୟର୍କର ଏକ ଆଲିସାନ ହୋଟେଲରେ ପରିବାର ସହ ଲୁଚି ରହିଛନ୍ତି । ଯେଉଁ ହୋଟେଲର ରାତିକୁ ଭଡା ପ୍ରାୟ ୮୩୦୦୦ ଟଙ୍କା ।