ଅଧିକ ଲୁଣ ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, ନହେଲେ ଭୋଗିପାରନ୍ତି ଏହି ସବୁ ଅସୁବିଧା

51

ଏକ ହସିପିଟାଲରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଭୋଜନରେ ଲୁଣ(ସୋଡିୟମ)ର ଅତ୍ୟଧିକ ସେବନ କରିବା ଦ୍ୱାରା ମୃତ୍ୟୁର ଆଶଙ୍କା ବଢ଼ିପାରେ । ଗବେଷକ ନେନସୀ କୁକ୍ କହିଛନ୍ତି କି ଶରୀରରେ ସୋଡିୟମର ମାତ୍ରା ମାପିବା ବହୁତ କଠିନ । କାହିଁକିନା ଏହା ଲୁଚି କି ଥାଏ ଏବଂ ଆପଣଙ୍କୁ ଜଣାପଡେନି ଯେ, ଆପଣ କେତେ ପରିମାଣରେ ଏହାର ସେବନ କରୁଛନ୍ତି । ଯଦ୍ୱାରା ଏହାର ଅତ୍ୟଧିକ ସେବନର ସମ୍ଭାବନା ବଢ଼ିଯାଏ ।

ଡାଇବେଟିସ୍ ପୀଡିତା ଗର୍ଭବତୀ ମହିଳାଙ୍କ ପିଲାଙ୍କ ଠାରେ ଅଟିଜିମ୍ ର ବିପଦ ବଢ଼ିଯାଏ :
ଗବେଷକଙ୍କ କହିବାନୁଯାୟୀ, ଶରୀରର ସୋଡିୟମ ମାପିବାର ଅନେକ ଉପାୟ ଅଛି , କିନ୍ତୁ ୟୁରିନ୍ (ପରିଶ୍ରା) ର ନମୂନାର ଅଧ୍ୟୟନ କରିବା ସବୁଠାରୁ ସଠିକ୍ ଉପାୟ । କିନ୍ତୁ ଆପଣଙ୍କୁ ସଠିକ୍ ଫଳାଫଳ ଜାଣିବା ପାଇଁ ଅନେକ ଥର ପରୀକ୍ଷା କରିବା ଜରୁରୀ । ଶରୀରରେ ସୋଡିୟମର ମାତ୍ରାକୁ ଏକ ସ୍ପଟ ଟେଷ୍ଟ କରି ମପାଯାଇପାରିବ । ଏଥିôରୁ ଏହା ନିର୍ଦ୍ଧାରିତ ହୋଇପାରିବ କି କୈାଣସି ବ୍ୟକ୍ତିର ପରିଶ୍ରାରେ କେତେ ଲୁଣ ଅଛି । ପ୍ରତିଦିନ ସୋଡିୟମ ସେବନର ମାତ୍ରାରେ ପରିବର୍ତ୍ତନ ହୁଏ, ସେଥିପାଇଁ କେତେ ଦିନର ଟେଷ୍ଟ କରିବା ଜରୁରୀ । ଏକ ଗବେଷଣାରୁ ଜଣାପଡିଲା ଯେ, ଅତ୍ୟଧିକ ସୋଡିୟମର ସେବନ ଦ୍ୱାରା ଆକସ୍ମିକ ମୃତ୍ୟୁର ସମ୍ବନ୍ଧ ଦେଖାଦେଇଛି । ଏହା ଇଣ୍ଟରନ୍ୟାସନଲ ଜର୍ନାଲ ଅଫ୍ ଏପିଡେମିଓଲୋଜି ରେ ପ୍ରକାଶ ପାଇଛି ।