ସାଇବର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଇନସ୍ୟୁରାନ୍ସ ପଲିସି ! ଜାଣନ୍ତୁ କିପରି ପାଇବେ କ୍ଷତିପୂରଣ . . . .

67

ବର୍ତ୍ତମାନ ସମୟରେ ବାରମ୍ବାର ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି । ଡିଜିଟାଲ ଯୁଗରେ ହ୍ୟାକର୍ସ ସାଇବର କ୍ରାଇମ କରିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି । ଏପରିସ୍ଥରେ କୌଣସି ବି ମୁହୂର୍ତ୍ତରେ ସାଇବର ଆକ୍ରମଣର ଆଶଙ୍କା ଲାଗି ରହିଥାଏ । ତେବେ ଏଥିରୁ ବଂଚିବା ପାଇଁ ଆପଣ ସାଇବର ଇନସ୍ୟୁରାନ୍ସ ପିଲିସି କରିପାରିବେ । ଭାରତରେ ବଜାଜ ଏଲିଏନ୍ସ ସମେତ ଅନେକ ବୀମା କମ୍ପାନୀ ବୀମା ପଲିସିର ଉପସ୍ଥାପନ କରୁଛି । ଯାହାଦ୍ୱାରା ସାଇବର ଆକ୍ରମଣର କ୍ଷତିପୂରଣ ମିଳିପାରିବ ।

ଏବେ ସାଧାରଣତଃ ଲୋକମାନେ ନିଜର ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟର ବିଭିନ୍ନ ସାଇଟରେ ରଖୁଛନ୍ତି । କିନ୍ତୁ ଏହି ତଥ୍ୟ ଉପରେ ହ୍ୟାକର୍ସଙ୍କ ନଜର ରହୁଛି । ଅନେକ ସମୟରେ ଏହି ହ୍ୟାକର୍ସ ମାନେ ୟୁଜରଙ୍କ ତଥ୍ୟ ଚୋରି କରି ନେଇ ପଇସା ଦାବି କରିଥାନ୍ତି । ତେଣୁ ଆପଣ ବୀମା ପଲିସି କରିଥିଲେ ସାଇବର ଠକେଇ ହେଲେ ମଧ୍ୟ ଭୟ କରିବାର କିଛି ନାହିଁ । ବଜାଜ ଏଲିଏନ୍ସ ସମେତ ଅନେକ ବୀମା କମ୍ପାନୀ ସାଇବର ଆକ୍ରମଣ କାରଣରୁ ସମ୍ବଧିତ ଖର୍ଚ୍ଚକୁ କଭର କରିବା ପାଇଁ ସ୍ୱତନ୍ତ୍ର ଡିଜାଇନ୍ କରିଛନ୍ତି ।

ଯଦ୍ୱାରା ବୀମା କରିଥିବା ଲୋକେ ଆର୍ଥିକ ଘାଟା, ସାଇବର ଆକ୍ରମଣ ଯୋଗୁଁ ହରାଇଥିବା ଧନ ଫେରସ୍ତ ମିଳିପାରିବ । ବିଶେଷଜ୍ଞଙ୍କ ଅନୁସାରେ ବୀମା କରିବା ଦ୍ୱାରା ନିଶ୍ଚିତ ଲାଭ ମିଳିବ । ବର୍ତ୍ତମାନ ସମୟରେ ନେଟ ବ୍ୟାଙ୍କିଂ ଓ ଅନ୍ୟ ନେଣଦେଣ ପ୍ରଣାଳୀର ଉପଯୋଗ ବଢ଼ିଛି । ଆଉ ବୀମା କରିବା ଦ୍ୱାରା ଶୁଳ୍କ, ଅଦାଲତ ଖର୍ଚ୍ଚ ଓ ନିମୟ ଶୁଳ୍କ ବିଷୟରେ ଧ୍ୟାନ ରଥାଯାଏ ।

ଅନ୍ୟପଟେ ଜାଣିଶୁଣି ସାଇବର ଆକ୍ରମଣ କରାଯାଇଥିଲେ କ୍ଷତିପୂରଣ ମିଳିବ ନାହିଁ । ବରଂ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ବୀମା କର୍ତ୍ତାଙ୍କ ଧୋଖା, ବେଇମାନୀ କରି ବୀମା କଲେ ତାଙ୍କୁ ବୀମା କଭର୍ ମିଳିବ ନାହିଁ ।