ଆପଣଙ୍କ ଗାଡି ଚୋରିହୋଇଯାଇଛି ଆଉ ଆପଣ କ୍ଲେମ୍ ଟଙ୍କା ପାଇଁ ଅପେକ୍ଷା କରିଛନ୍ତି କି ? ତେବେ ବୀମା କମ୍ପାନୀର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ବାବଦରେ ଜାଣିରଖନ୍ତୁ ।

32

ଯଦି ଆପଣ ଆପଣଙ୍କ ଗାଡିର ବୀମା କରିଛନ୍ତି ଏବଂ ଗାଡିର କେବଳ ଗୋଟିଏ ଅର୍ଜିନାଲ ଚାବି ଆପଣଙ୍କ ପାଖରେ ଅଛି, ତେବେ ଏପରି ମଧ୍ୟ ହୋଇପାରେ କମ୍ପାନୀ ଆପଣଙ୍କୁ କ୍ଲେମ ଦେବା ପାଇଁ ମନା କରିଦେଇପାରେ । ଅଧିକାଂଶ କମ୍ପାନୀ ଏବେ ଏପରି ନିୟମ ବନାଇଛନ୍ତି । କାର ଚୋରି ହେବା କ୍ଷେତ୍ରରେ ପଲିସିଧାରୀଙ୍କୁ ଗାଡିର ଦୁଇଟି ଅର୍ଜିନାଲ ଚାବି ଦେବା ପାଇଁ ପଡିବ । ଇନସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଏହି ବାବଦରେ କୌଣସି ନିୟମ ବନାଇନାହାନ୍ତି ବରଂ ଏହି ନିଷ୍ପତ୍ତି କମ୍ପାନୀ ଉପରେ ହିଁ ଛାଡି ଦେଇଛନ୍ତି । ତେବେ କମ୍ପାନୀମାନଙ୍କ କହିବା କଥା ଫର୍ଜି ଦାବିଦାରଙ୍କ ସାମ୍ନା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ନିକଟରେ ଏଭଳି ଏକ ମାମାଲା ସାମ୍ନାକୁ ଆସିଥିଲା । ବୀମା କମ୍ପାନୀ ଗାଡି ଚୋରି ହେବାରୁ କ୍ଲେମ୍ ଦେବା ପାଇଁ ମନା କରିଦେଇଥିଲେ । ଦିଲ୍ଲୀ ନିବାସୀ ରାକେଶ ସିଂହ ଏକ ସରକାରୀ ମାନ୍ୟତା ପ୍ରାପ୍ତ ବୀମା କମ୍ପାନୀରୁ ନିଜ ହୋଣ୍ଡା ସିଟି କାର ପାଇଁ ବୀମା କରାଇଥିଲେ । ଗତ ଫେବୃଆରୀ ମାସରେ ତାଙ୍କ ଘର ସାମ୍ନାରୁ କାର ଚୋରି ହୋଇଯାଇଥିଲା । ଯେତେବେଳେ ରାକେଶ ବୀମା ଟଙ୍କା ପାଇଁ କ୍ଲେମ୍ କରିଥିଲେ, ସେତେବେଳେ କମ୍ପାନୀ ତାଙ୍କୁ ଦୁଇଟି ଅର୍ଜିନାଲ ଚାବି ଦେଖାଇବା ପାଇଁ କହିଥିଲା । ତେବେ ରାକେଶଙ୍କ କହିବା ଅନୁଯାୟୀ, ବୀମା ସର୍ତ୍ତାବଳୀରେ ଦୁଇଟି ଚାବି ପାଇଁ ଉଲ୍ଲେଖ କରାଯାଇନଥିଲା । ତେବେ ଭାଗ୍ୟବସତଃ ତାଙ୍କ ପାଖରେ ଦୁଇଟି ଚାବି ଥିଲା ।

ଏପରିକି ପରିବହନ ମନ୍ତ୍ରାଳୟର ଅଧିକାରୀମାନଙ୍କ କହିବା କଥା ଏଭଳି ମାମଲା ହୋଇପାରିବ । କୌଣସି ବ୍ୟକ୍ତିଙ୍କ ଗୋଟିଏ ଚାବି ହଜିଗଲେ ସେ ଡୁପ୍ଲିକେଟ ଚାବିରେ କାମ ଚଳାଇ ଦିଅନ୍ତି । କେବଳ ଏତିକି ନୁହେଁ ଏହା ବ୍ୟତିତ ଆହୁରି କିଛି ନିୟମ ମଧ୍ୟ ରହିଛି । ଯାହା ବିଷୟରେ ଆପଣ ଜାଣି ରଖିବା ଉଚିତ୍ ନଚେତ ଆପଣଙ୍କୁ ଆପଣଙ୍କର କ୍ଲେମ୍ ଟଙ୍କା ମିଳିନପାରେ ।