ସ୍ପାଇସ ଜେଟ ବିମାନରେ ରାଷ୍ଟ୍ରୀୟ ସଂଗୀତର ଅସମ୍ମାନ ! ଅବତରଣ ଠିକ ପୂର୍ବରୁ ବିମାନରେ ବାଜିଲା ଜାତୀୟ ସଂଗୀତ

23

କନକ ବ୍ୟୁରୋ : ସ୍ପାଇସ ଜେଟ ବିମାନରେ ଜାତୀୟ ସଙ୍ଗୀତକୁ ଅବମାନନା । ଅବତରଣର ଠିକ୍ ପୂର୍ବରୁ ବିମାନରେ ବାଜିଲା ଜାତୀୟ ସଙ୍ଗୀତ । ଏହି ସମୟରେ ସବୁ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିଥିବାରୁ ରାଷ୍ଟ୍ରୀୟ ସଙ୍ଗୀତ ସମ୍ମାନରେ ଠିଆ ହୋଇପାରିଲେନାହିଁ ।

ତେବେ ରାଷ୍ଟ୍ରୀୟ ସଙ୍ଗୀତକୁ ସମ୍ମାନ ଜଣାଇ ଯାତ୍ରୀ ଓ କ୍ୟାବିନ କ୍ରୀଉ ଠିଆ ହେବେ ନା ନିୟମ ଓ ପାଇଲଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିଟ୍ ବେଲ୍ଟ ବାନ୍ଧି ବସିରହିବେ କିଛି ବୁଝିପାରିଲେନାହିଁ । ଏପରି ଏକ ଘଟଣା ଘଟିଛି ୧୮ଏପ୍ରିଲରେ ତିରୁପତିରୁ ହାଇଦ୍ରାବାଦ ଯାଉଥିବା ସ୍ପାଇସ ଜେଟ୍ ବିମାନରେ ।

ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏନେଇ ଏୟାରଲାଇନ୍ସକୁ ଅଭିଯୋଗ କରିଛନ୍ତି । ବିମାନର ପିଏ ସିଷ୍ଟମରେ ଲ୍ୟାଣ୍ଡିଂ ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ବାଜିବା ପରେ ସମସ୍ତେ ଏହା ଶୁଣି ତାଜୁବ ହୋଇଯାଇଥିଲେ । ତେବେ କିଛି ସମୟ ଧରି ଜାତୀୟ ସଙ୍ଗୀତ ବାଜିବା ପରେ ଆଉ ଜଣେ କ୍ରୀଉ ମେମ୍ବର ତାକୁ ବନ୍ଦ କରିଦେଇଥଲେ ।

ତେବେ ଏୟାରଲାଇନ୍ସରେ ଏନେଇ ଅଭିଯୋଗ ହେବା ପରେ ଭୁଲବଶତଃ ଜାତୀୟ ସଙ୍ଗୀତ ପିଏ ସିଷ୍ଟମରେ ବାଜି ଥିବା ସ୍ୱୀକାର କରିଛି ସ୍ପାଇସଜେଟ୍ । ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା ବୋଲି ସ୍ପାଇସଜେଟ ମୁଖପାତ୍ର କହିଛନ୍ତି । ତେବେ ଏଥିପାଇଁ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଏୟାରଲାଇନ୍ସ କ୍ଷମା ମାଗିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-