ଏବେ ଇଂଷ୍ଟାଗ୍ରାମରେ ମଧ୍ୟ ଦେଖାଯିବ ‘ଲାଷ୍ଟ ସିନ୍’, : ଜାଣନ୍ତୁ ହାଇଡ୍ କରିବାର ତରିକା

2

କନକ ବ୍ୟୁରୋ :  ଫେସବୁକ୍ ଓ ହ୍ୱାଟ୍ସଆପ୍ ପରି ଏବେ ଆପଣ ଇନଷ୍ଟାଗ୍ରାମରେ ମଧ୍ୟ ଅନ୍ୟଜଣର ଲାଷ୍ଟ ଆକ୍ଟିଭ୍ ଷ୍ଟାଟସ୍ ଦେଖିପାରିବେ । ଫଟୋ ଓ ଭିଡିଓ ଶେୟାରିଂ ଆପ୍ ଇନଷ୍ଟାଗ୍ରାମ ମଧ୍ୟ ଏହି ଫିଚର ଆଡ୍ କରିଛି । ଅର୍ଥାତ୍ ଏବେ ଆପଣ ଦେଖିପାରିବେ  ଆପଣଙ୍କ ବନ୍ଧୁ କେତେ ସମୟ ପୂର୍ବରୁ ଆକ୍ଟିଭ୍ ଥିଲେ ବା ବର୍ତ୍ତମାନ ଆକ୍ଟିଭ୍ ଅଛନ୍ତି ନା ନାହିଁ ।

ଏହି ଫିଚର ଇନଷ୍ଟାଗ୍ରାମ ଡାଇରେକ୍ଟ ମେସେଜ୍ ଆପ୍ ରେ ଦେଖାଦେବ । ବର୍ତ୍ତମାନ ଏହି ଫିଚର କେବଳ ସେମାନଙ୍କ ପାଇଁ ଯେଉଁମାନଙ୍କୁ ଆପଣ ଫଲୋ କରୁଛନ୍ତି । ବା ଯିଏ ଆପଣଙ୍କୁ ଫଲୋ କରୁଛନ୍ତି ସେ ମଧ୍ୟ ଆପଣଙ୍କ ଆକ୍ଟିଭିଟି ଷ୍ଟାଟସକୁ ଦେଖିପାରିବେ । ଅନ୍ୟ ଜଣଙ୍କ ଉପରେ ନଜର ରଖିବାକୁ ଏହି ଆପ୍ କାମରେ ଆସିବ । କିନ୍ତୁ କିଛି ଲୋକଙ୍କୁ ଏଥିରୁ ସମସ୍ୟା ହୋଇପାରେ । ସେମାନଙ୍କ ପାଇଁ ଭଲ କଥା ହେଲା ଏହି ଫିଚରକୁ ସ୍ୱିଚ୍ ଅଫ୍ ମଧ୍ୟ କରାଯାଇପାରିବ ।

ଆସନ୍ତୁ ଜାଣିବା କେମିତି ଏହାକୁ ଅଫ୍ କରିବେ –
୧ – ପ୍ରଥମେ ଇନଷ୍ଟାଗ୍ରାମ ଆପ୍ ଖୋଲନ୍ତୁ ଏବଂ ସେଟିଂ ରେ ଯାଇ କର୍ଣ୍ଣରରେ ନଜର ଆସୁଥିବା ତିନି ଡଟ୍ ଥିବା ଆଇକନ୍ ରେ ଟ୍ୟାପ୍ କରନ୍ତୁ ।
୨ -ସ୍କଲ୍ ଡାଉନ୍ କରି ଶୋ ଆକ୍ଟିଭିଟି ଷ୍ଟାଟସ୍ ଅପସନ୍ ସର୍ଚ୍ଚ କରନ୍ତୁ ।
୩ – ଏବେ ଏଇ ଅପସନକୁ ଅଫ୍ କରିଦିଅନ୍ତୁ ।

Comments are closed.