YouTubeକୁ କଡା ଟକ୍କର ଦେବ Instagram ! ଲଞ୍ଚ କଲା ନୂଆ ଭିଡିଓ ଆପ ।

33

ଏପର୍ଯ୍ୟନ୍ତ ସବୁଠାରୁ ବଡ ଭିଡିଓ ଷ୍ଟ୍ରିମିଂ ୱେବସାଇଟର ମୁକୁଟ ପିନ୍ଧିଥିବା YouTubeକୁ ଏବେ ଟକ୍କର ଦେବା ପାଇଁ ଏକ ନୂଆ ଆପ ଲଞ୍ଚ ହୋଇଛି । ସୋସିଆଲ ସାଇଟ୍ ଇନଷ୍ଟାଗ୍ରାମ ମଧ୍ୟ ନିଜର ଭିଡିଓ ଆପ IGTV ଲଞ୍ଚ କରିଦେଇଛି । ତେବେ କୁହାଯାଉଛି ଯେ, ଏହି ଆପ YouTubeକୁ କଡା ଟକ୍କର ଦେବ । ଏହି ଆପକୁ ସ୍ପେନ୍ ଫ୍ରାଂସିକୋ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି । ଏହା ସହ ଏହି କାର୍ଯ୍ୟକ୍ରମରେ କମ୍ପାନୀ ଆଉ ଏକ ଘୋଷଣା କରି କହିଛି ଯେ, ଇନଷ୍ଟାଗ୍ରାମ ୧ ବିଲିୟନ୍ ଆକ୍ଟିଭ ୟୁଜର୍ସ ସଂଖ୍ୟା ଅତିକ୍ରମ କରିସାରିଲାଣି ।

କମ୍ପାନୀ ଏକ ନୂଆ IGTV ଷ୍ଟାଣ୍ଡାଏଲୋନ ଆପ୍ ଘୋଷଣା କରିଛି । ଏହି ଆପ ସ୍ନାପଚାଟ୍ ଏବଂ YouTubeକୁ କଡା ଟକ୍କର ଦେବ । ଯେତେବେଳେ ବ୍ୟବହାରକାରୀ ଏହି ଆପକୁ ଡାଉନଲୋଡ୍ କରି ଇନଷ୍ଟଲ କରିବେ ସେତେବେଳେ ଯେଉଁ ଲୋକମାନଙ୍କୁ ଆପଣ ଫଲୋ କରିଛନ୍ତି ସେମାନଙ୍କର ଭର୍ଟିକାଲ ଭିଡିଓ ଗୁଡିକ ଅଟୋମେଟିକ ପ୍ଲେ ହେବ । ଏହି ଆପଟି ଆଣ୍ଡ୍ରଏଡ୍ ଏବଂ IOSରେ ଉପଲବ୍ଧ ଅଟେ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଆପକୁ ଏପରି ତିଆରି କରାଯାଇଛି, ଯେମିତି ଫୋନରେ ଭିଡିଓକୁ ଅତି ସହଜରେ ଖୋଜାଯାଇପାରିବ ଏବଂ ପ୍ଲେ ମଧ୍ୟ କରାଯାଇପାରିବ ।