ଯୁବପିଢୀଙ୍କ ସ୍ୱାସ୍ଥ୍ୟ ପାଇଁ ଇନଷ୍ଟାଗ୍ରାମ ସବୁଠାରୁ କ୍ଷତିକାରକ ! ଅଧ୍ୟୟନରୁ ହେଲା ସ୍ପଷ୍ଟ

21

ଯୁବପୀଢୀ ଏବେ ସୋସିଆଲ ମିଡିଆରେ ସବୁବେଳେ ବ୍ୟସ୍ତ । ଗୋଟିଏ ବି ଦିନ ସୋସିଆଲ ମିଡିଆ ବିନା ରହିବା ଅସମ୍ଭବ ହୋଇଯାଉଛି । ସୋସିଆଲ ମିଡିଆ ଯେପରି ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ସ୍ନାପଚାର୍ଟ, ୟୁଟ୍ୟୁବ ଇତ୍ୟାଦି ଯୁବପୀଢୀଙ୍କ ବେଶ ପ୍ରିୟ ପ୍ଲାଟଫର୍ମ । ଏବେ ଅଧ୍ୟୟନରୁ ଜଣାପଡିଚି ଇନଷ୍ଟାଗ୍ରାମ ମାନସିକ

ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଅଧିକ କ୍ଷତିକାରକ । ବିଟ୍ରେନରେ ହୋଇଥିବା ଏକ ଅଧ୍ୟୟନ ପରେ ଏକଥା ଜଣାପଡିଛି ।
ବିବିସି ଅନୁସାରେ ୧୪ ରୁ ୨୪ ବର୍ଷ ବୟସ ମଧ୍ୟରେ ୧୪୭୯ ଜଣକୁ ସାମିଲ କରି ଏହି ସର୍ଭେ କରାଯାଇଥିିଲା । ଏହି ସର୍ଭେରୁ ସେମାନଙ୍କୁ ୟୁଟ୍ୟୁବ, ଇନଷ୍ଟାଗ୍ରାମ, ସ୍ନାପଚାର୍ଟ, ଫେସବୁକ ଓ ଟ୍ୱିଟର ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା ।

ଅଧ୍ୟୟନ ପରେ ୟୁଟ୍ୟୁବକୁ ସବୁଠାରୁ ସକରାତ୍ମକ ପ୍ରଭାବ ପକାଉଥିବା ମିଡିଆ ସ୍ଥିର କରାଗଲା । ଏପାପରେ ରହିଲା ଟ୍ୱିଟର ଓ ଫେସବୁକ । ସବୁଠାର କମ ନମ୍ବର ମଳିଲା ସ୍ନାପଚାର୍ଟ ଓ ଇନଷ୍ଟ୍ରାଗ୍ରାମକୁ । ଏହି ଅଧ୍ୟୟନରେ ଚେତବନୀ ଦିଆଗଲା ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୁବପିଢୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ଅଧିକ ପ୍ରଭାବିତ କରିଥାଏ ।