ଦୃଷ୍ଟିଶକ୍ତି ହରାଇଥିଲେ ବି ସେ ସକ୍ଷମ ! ଜମିରେ ଫସଲ ଉତ୍ପନ୍ନ କରି କରୁଛନ୍ତି ଜୀବନଯାପନ

52

ବେରୋଜଗାରୀ ଏବେ ମୁଖ୍ୟ ସମସ୍ୟା ପାଲଟିଛି । ଆପଣ ପୁରା ସ୍ୱାସ୍ଥ୍ୟବାନ୍ ଲୋକ କାମ ନପାଇ ବସି ରହିଥିବାର ଦେଖିଥିବେ ଓ ଶୁଣିଥିବେ ମଧ୍ୟ । ସେମାନେ ନିଜର କର୍ମକୁ ନିନ୍ଦା କରି ଚିନ୍ତାଗ୍ରସ୍ତ ଥାନ୍ତି । ଏହାକୁ ଦେଖି ଆମକୁ କଷ୍ଟ ହୁଏ । ଆମର ଶିକ୍ଷା ବ୍ୟବସ୍ଥା ଏମିତି ହୋଇଛି କି ଜଣ ମଣିଷକୁ ଏହା ସକ୍ଷମ କରିପାରେନି , ଯାହାକି କୌଣସି ଚାକିରି ବା ଜୀବନଯାପନର ସାଧନ ମିଳିପାରେନି । ହେଲେ ଆମେ ଆମ ସମାଜରେ ଏମିତି କିଛି ଦିବ୍ୟାଙ୍ଗଙ୍କୁ ଦେଖିଛେ ଯିଏକି ଶାରୀରିକ ଅକ୍ଷମତା ସତ୍ୱେ ବି କାମ କରୁଥାନ୍ତି , ଆଉ ନିଜର ଦୈନିକ ଜୀବନ ବିତାଉଥାନ୍ତି । ତାଙ୍କୁ ଦେଖି ଆମେ କେବଳ ଖୁସି ହୋଇନଥାଉ,ବରଂ ଗର୍ବ ବି କରିଥାଉ ।

ଆଜିକାଲି ଦୃଷ୍ଟିହୀନମାନେ ଉନ୍ନତ ଟେକନିକ୍ ଦ୍ୱାରା ପଢିପାରୁଛନ୍ତି । କିନ୍ତୁ ଆମ ଦେଶର ଅବସ୍ଥା ଏତେ ଭଲ ନାହିଁ , ଯାହାକି ସହର ଠାରୁ ଦୂର ଦୂର ଅଂଚଳରେ ରହୁଥିବା ଦୃଷ୍ଟିହୀନ ଲୋକେ ଶିକ୍ଷାର ସୁବିଧା ପାଇପାରୁନାହାନ୍ତି । ଏହି କାରଣରୁ ଏବେ ବି ଦୃଷ୍ଟିହୀନ ବ୍ୟକ୍ତିମାନେ ଛୋଟ ଛୋଟ କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ମଧ୍ୟ ପ୍ରଦେଶର ଜବଲପୁରର ଗ୍ରାମୀଣ ମହିଳାମାନଙ୍କର କାହାଣୀ ଶୁଣିଲେ ଆପଣ ଗୌରବାନ୍ୱିତ ମନେକରିବେ । ପ୍ରକୃତରେ ଏହି ମହିଳାମାନେ ପିଲାଦିନରୁ ଦୃଷ୍ଟିହୀନ । କିନ୍ତୁ ସେମାନେ ନିଜର ଦୈନିକ ଜୀବନର ସବୁ କାମ କରିବା ସହ କ୍ଷେତ କାମ ବି କରିଥାନ୍ତି । ସେମାନେ କ୍ଷେତରେ ପନିପରିବା ଚାଷ କରିବା ସହ ଶସ୍ୟ ଉତ୍ପନ୍ନ ମଧ୍ୟ କରିଥାନ୍ତି । ଆଉ ନିଜ ପରିବାରର ଆର୍ଥିକ ଢାଚାରେ ପରିବର୍ତ୍ତନ ଆଣିଥାନ୍ତି ।

ଦୈନିକ ଜାଗରଣର ଏକ ରିପୋର୍ଟ ଅନୁସାରେ , ସିହୋରା ବ୍ଲକର ଗାଁ ଜଲିର ତାରା ବାଈ ୫୦ ବର୍ଷ ବୟସକୁ ଅତିକ୍ରମ କରିସାରିଲେଣି । ପିଲାଦିନୁ ଦୃଷ୍ଟିଶକ୍ତି ହରାଇଛନ୍ତି । ତାଙ୍କୁ ଯେତେବେଳେ ହୋଇଥିଲା ୬ ମାସ , ସେ ହରାଇଥିଲେ ନିଜର ଦୃଷ୍ଟିଶକ୍ତି । ଏହି କାରଣରୁ ଆଉ ବିବାହ କରିପାରିନଥିଲେ । ସମୟ ବିତିବା ସହ ସେ ନିଜକୁ ପରିବାରର ବୋଝ ମଣିଲେ । କଣ କରିବେ । ସମୟ ତ ତାଙ୍କୁ ଏମିତି ଏକ ଦୁଃଖର ସମୁଦ୍ରରେ ଛାଡିଦେଇଛି । ସାହାରା ଯେଉଁଠି ଯେମିତି କେହିନାହାଁନ୍ତି । କିନ୍ତୁ କିଛି କରିବାକୁ ସେ ଚାହୁଁଥିଲେ । କ୍ଷେତ କାମ ଛଡା ସେ ଆଉ କିଛି କରି ପାରୁନଥିଲେ । କ୍ଷେତ କାମ କରିବା ବହୁତ କଷ୍ଟକର ଥିଲା । ତଥାପି ମନରେ ଆଶା ବାନ୍ଧିଲେ । ବଗିଚା କାମ କରିବାର ବିଚାର ମନରେ ଆସିଲା । ଘରର ଅଗଣାରେ ପର୍ଯ୍ୟାପ୍ତ ଜାଗା ଥିଲା । ସ୍ଥିର କଲେ ପନିପରିବା ଚାଷ କରିବେ । ହେଲେ ଦୃଷ୍ଟିହୀନତା ପ୍ରତିବନ୍ଧକ ସାଜିଥିଲା ।

ବାସ୍ତବିକ୍ ଏହି ଗ୍ରାମୀଣ ଦୃଷ୍ଟିହୀନ ମହିଳାଙ୍କୁ ତାରିଫ୍ କରିବାକୁ ହେବ । ଯେଉଁମାନେ ପନିପରିବା ଉତ୍ପନ୍ନ କରି ଆର୍ଥିକ ନିର୍ଭରତା ହାସଲ କରୁଛନ୍ତି । ପତ୍ର , ଫୁଲ୍ ଓ ଫଳକୁ ଛୁଇଁ ଏମାନେ ଫସଲ ଚାଷ କରିପାରୁଛନ୍ତି । ଏସବୁ ସମ୍ଭବ ହୋଇଛି ଏକ ଏନଜିଓର ସାହାଯ୍ୟରେ । ଏହି ଏନଜିଓ ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବା ଦିଗରେ କାମ କରୁଛନ୍ତି । ତାରା ସେମାନଙ୍କୁ ନିଜର ମନର କଥା କହିଲେ । ଏନଜିଓ ଏଥିପାଇଁ ଜବଲପୁର କୃଷି ବିଶ୍ୱବିଦ୍ୟାଳୟ ସହ ସଂପର୍କ କଲେ । କୃଷି ବିଶ୍ୱବିଦ୍ୟାଳୟ ତାରା ବାଈକୁ ବଗିଚା ଚାଷ ଉତ୍ପାଦନର ବିଶେଷ ଟ୍ରେନିଂ ଦେବାର ବନ୍ଦୋବସ୍ତ ହୋଇଗଲା । ତାରାବାଈଙ୍କ ଟ୍ରେନିଂ ଆରମ୍ଭ ହୋଇଗଲା ।

ତାରା କୁହନ୍ତି ପ୍ରଥମେ ଆମେ ଗଛ ଲଗାଇଦେଉଥିଲୁ । କିନ୍ତୁ ଟ୍ରେନିଂ ପରେ ଆମେ ଜାଣିପାରିଲୁ କି କିଆରୀ ଉତ୍ତର -ଦକ୍ଷିଣ ଦିଗରେ ହେବା ଉଚିତ  । ଏହା ଦ୍ୱାରା ଗଛ ଉପରେ ଖରା ସିଧା ପଡିବନାହିଁ । ଏହାସହ ଫସଲ ପାଇଁ ଭଲ ମଂଜି ଆମକୁ ଦିଆଗଲା । ଜଲି ଗାଁ ସହ ବୁଧୁଆ ଗାଁରେ ମଧ୍ୟ ଦିବ୍ୟାଙ୍ଗ ମହିଳାମାନେ ପନିପରିବା ଚାଷ କରୁଛନ୍ତି । ୬୫ ବର୍ଷୀୟ ରଜ୍ଜୋ ବାଈ ମଧ୍ୟ ନେତ୍ରହୀନ ଅଟନ୍ତି । ଏବଂ ନିଜର ଜମିରେ ପନିପରିବା ଉତ୍ପନ୍ନ କରୁଛନ୍ତି । ଏହା ସହ ଏଠାରେ ଗେଣ୍ଡୁ ଫୁଲର ଚାଷ ବି ସେମାନେ କରୁଛନ୍ତି ।

ଆଜି ଏହି ଦୃଷ୍ଟିହୀନ ମହିଳାଙ୍କର ସଂଘର୍ଷର କାହାଣୀ କୌଣସି ପ୍ରେରଣାଦାୟକ କାହାଣୀ ଠାରୁ କମ୍ ନୁହେଁ । ଯେଉଁମାନେ ସ୍ୱାସ୍ଥ୍ୟବାନ ଥାଇ କର୍ମ ବିମୁଖ ହେଉଛନ୍ତି ସେମାନଙ୍କ ଏହା ନିଶ୍ଚୟ ଏକ ଶିକ୍ଷାପ୍ରଦ ବିଷୟ । ଏହି ମହିଳାମାନେ ଦୃଷ୍ଟିଶକ୍ତି ହରାଇ ବି ନିଜର କାମ ନିଜେ କରୁଛନ୍ତି ଅ ଅନ୍ୟ ଉପରେ ନିର୍ଭର ହେବାକୁ ପସନ୍ଦ କରିନାହାଁନ୍ତି ।

( ସୌଜନ୍ୟ- ଇୟୋର ଷ୍ଟୋରୀ)