ଦୃଷ୍ଟିହୀନ ହେଲେ ମଧ୍ୟ କାହା ଉପରେ ନିର୍ଭରଶୀଳ ନୁହଁନ୍ତି ! ପେଟ ପୋଷିବା ପାଇଁ ବେଲୁନ୍ ଓ ଖେଳନା ବିକ୍ରି କରନ୍ତି ମହାଦେବ ଗୋଲଦାର

67

କନକ ବ୍ୟୁରୋ : ଭିନ୍ନକ୍ଷମ, ଆଖିକୁ ଭଲ ଭାବେ ଦେଖାଯାଏ ନାହିଁ, ହେଲେ ଅଟକି ଯାଇନି ତାଙ୍କର ପାଦର ଗତି । ଅନ୍ୟ ଉପରେ ନିର୍ଭର ନକରି ନିଜ ପାଇଁ ନିଜେ କାମ କରୁଛନ୍ତି । ଆଜି କାଲି ଦେଖାଯାଉଛି ସୁନ୍ଦର ସ୍ୱାସ୍ଥ୍ୟ ଥିବା ତଥା ଅକର୍ମନ୍ୟ ହୋଇନଥିଲେ ମଧ୍ୟ ଅନେକ ଭିକ ମାଗିବାର ଦେଖାଯାଉଛି । କିନ୍ତୁ ସମସ୍ତେ ସେପରି ନୁହଁନ୍ତି । ଦୁଃଖକୁ ପଛରେ ପକାଇ ଆଗକୁ ବଢିବାର ସାହାସ । ଭିନ୍ନକ୍ଷମ ହୋଇ ମଧ୍ୟ ସେ ଜଣେ ସକ୍ଷମ ଠାରୁ କମ୍ ନୁର୍ହେ । ଦୃଢ ଆତ୍ମବିଶ୍ୱାସ ଥିଲେ ସବୁ ଅସାଧ୍ୟ କାମ ବି ସହଜରେ ସାଧ୍ୟ କରିହୁଏ । ଏହାକୁ ମର୍ମେ ମର୍ମେ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି, ନବରଙ୍ଗପୁର ଉମରକୋଟ୍ର ମହାଦେବ ଗୋଲଦାର ।

ଜଣେ ନିଆରା ମଣିଷ ହେଲେ ନବରଙ୍ଗପୁର ଉମରକୋଟର ମହାଦେବ ଗୋଲଦାର । ଜନ୍ମରୁ ଦୃଷ୍ଟିଶକ୍ତି ହରାଇ ଥିବା ଗୋଲଦାର୍ ନିଜକୁ ଦୁର୍ବଳ ମନେ କରିନାହିଁନ୍ତି । କାହା ଉପରେ ନିର୍ଭର ନକରି ନିଜ ପେଟ ପାଇଁ ବେଲୁନ୍ ଓ ଖେଳନା ବିକ୍ରି କରୁଛନ୍ତି । ଅଣ୍ଡାଳି ଅଣ୍ଡାଳି ବାଟ ଚାଲୁଥିବା ଗୋଲଦାର୍ ଭଗବାନଙ୍କୁ ଭରଷା କରି ଉମରକୋଟ୍ ଡାକ୍ତରଖାନା ସାମ୍ନାରେ ବସି ଖେଳନା ବିକ୍ରି କରୁଛନ୍ତି । ବାପା-ମା ଆରପାରିକୁ ଚାଲିଯାଇଥିବା ବେଳେ ସରକାରୀ ସାହାଯ୍ୟ କହିଲେ କେବଳ ମାସିକ ଭତା ୩ଶହ ଟଙ୍କା ମିଳୁଛି । ଦିବ୍ୟାଙ୍ଗ ବୋଲି କାହା ଦୟାରେ ବଂଚିବା ପାଇଁ ପସନ୍ଦ କରନ୍ତି ନାହିଁ ବରଗଡର କମଳ ଓ ଉମରକୋଟ୍ର ମହାଦେବ ଗୋଲଦାର ।