ଜିଏସଟି ଜରିଆରେ ଦେଶକୁ ଇନସ୍ପେକ୍ଟର ରାଜ୍ ଫେରିଆସିଛି : ମମତା ବାନାର୍ଜୀ

101

କନକ ବ୍ୟୁରୋ : କେନ୍ଦ୍ରରେ ମୋଦି ସରକାର ଜିଏସଟିକୁ ଗେମ୍ ଚେଞ୍ଜର ବୋଲି କହୁଥିବାବେଳେ, ଏହି ନୂଆ ଟିକସ ଜରିଆରେ ଦେଶକୁ ଇନସ୍ପେକ୍ଟର ରାଜ୍ ଫେରିଆସିଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ନିଜ ଫେସବୁକ ପୋଷ୍ଟରେ ଏନେଇ ଉଲ୍ଲେଖ କରିଛନ୍ତି ମମତା । ଜିଏସଟିରେ ଥିବା ଗିରଫଦାରି କ୍ଲଜ ବ୍ୟବସାୟୀଙ୍କୁ ହଇରାଣରେ ପକାଇବ ବୋଲି ସେ ଲେଖିଛନ୍ତି । ଜିଏସଟିରେ ଥିବା ବ୍ୟବସ୍ଥା ଅନୁସାରେ ୪ଟି ଭିନ୍ନଭିନ୍ନ ପ୍ରକାର ତ୍ରୁଟି ପାଇଁ ବ୍ୟବସାୟୀଙ୍କୁ ଗିରଫ କରିପାରିବେ ଫିଲ୍ଡ ଇନସ୍ପେକ୍ଟର । ଏବଂ ଏଥିପାଇଁ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ତେଣୁ ଏହି କ୍ଲଜକୁ ଟିଏମସି ବିରୋଧ କରୁଥିବା ମମତା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।