ପୁଣି ଖୋଲିପାରେ ରତ୍ନଭଣ୍ଡାର ! ଜିଲ୍ଲାପାଳ କହିଲେ, ରତ୍ନଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରିରେ ନାହିଁ

20

କନକ ବ୍ୟୁରୋ : ପୁଣି ହୋଇପାରେ ରତ୍ନଭଣ୍ଡାର ଯାଞ୍ଚ । ମୌସୁମୀ ସମୟରେ ପୁଣି ଥରେ ରତ୍ନଭଣ୍ଡାର ଖୋଲାଯାଇପାରେ ବୋଲି ବିଶେଷଜ୍ଞ କମିଟି କହିଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବର୍ଷାଦିନେ ଯାଞ୍ଚ ହେଲେ ରତ୍ନଭଣ୍ଡାରର ପ୍ରକୃତ ସ୍ଥିତି ଜଣାପଡିବ । ଗତକାଲି ଯାଞ୍ଚ ପରେ ରତ୍ନଭଣ୍ଡାରରେ ଫାଟ ରହିଛି, ଛାତ ଓ କାନ୍ଥ ଓଦା ଥିବା କଥା କହିଥିଲେ ଶ୍ରୀମନ୍ଦିର ପ୍ରଶାସକ । କିନ୍ତୁ ଭିତର ରତ୍ନଭଣ୍ଡାରକୁ ନ ଯାଇ ତାରଜାଲି ବାଟେ ସର୍ଚ୍ଚ ଲାଇଟ ପକାଇ ଭିତର ଭଣ୍ଡାର ଯାଞ୍ଚ କରଯାଇଥିଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ratna bhandarଭିତର ଭଣ୍ଡାରକୁ କମିଟି ସଦସ୍ୟ ନ ଯିବା ପଛର କାରଣ କହିଛନ୍ତି ପୁରୀ ଜିଲ୍ଲାପାଳ । ଯାଂଚ ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିରେ ନାହିଁ । ମନ୍ଦିର ପ୍ରଶାସନ ପକ୍ଷରୁ କେବେ ଟ୍ରେଜେରିରେ ଚାବି ଦିଆଯାଇନି । ମନ୍ଦିର ଅଫିସରେ ଯେଉଁ ଚାବି ଥିଲା ସେହି ଚାବିକୁ ରତ୍ନଭଣ୍ଡାର ଖୋଲିବା ପାଇଁ ନିଆଯାଇଥିଲା ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଭିତର ରତ୍ନ ଭଣ୍ଡାର ତାଲା ଗୁଡିକ ସବୁ ସିଲ ହୋଇଥିଲା । ବାହାର ପଟରୁ ଭିତର ରତ୍ନଭଣ୍ଡାର ଦେଖା ଯାଉଥିବାରୁ ତାଲା ଖୋଲିବା ଦରକାର ହେଲାନାହିଁ । ମୋଟ ୫ଟି ଚାବି ନେଇ ଭଣ୍ଡାର ଘରକୁ ଯାଇଥିଲୁ କିନ୍ତୁ ତାର ଜାଲି ପଟରୁ ଭିତର ଦିଶୁଥିବାରୁ କେଉଁ ଚାବିରେ ଖୋଲିବ ସେଥିପାଇଁ ଚେଷ୍ଟା କରିନଥିଲୁ ବୋଲି କହିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।