ନିଦ୍ରାହୀନତା ଯୋଗଁ ବୃଦ୍ଧି ପାଏ ହୃଦଘାତ ଆଶଙ୍କା . . . .

73

ନିଦ୍ରାହୀନତା ଯୋଗୁଁ ହୃଦଘାତ ଆଶଙ୍କା ବଢିଥିବା, ଏକ ନୂତନ ଅଧ୍ୟୟନରୁ ଜଣାପଡିଛି । ଆଜିକାଲି ଅଧିକରୁ ଅଧିକ ସଂଖ୍ୟକ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି । ଯେଉଁମାନେ ନିଦ୍ରାହୀନତାର ଶିକାର ହୁଅନ୍ତି, ସେମାନଙ୍କୁ ଶେଯରେ ପଡିଲେ ବି ନିଦ ହୁଏ ନାହିଁ । ବିଳମ୍ବରରେ ନିଦ ଲାଗିବା, ଶୀଘ୍ର ନିଦ ଭାଙ୍ଗିଯିବା ଆଦି କାରଣରୁ ହୃଦ୍ରୋଗ ଆଶଙ୍କା ବଢୁଛି ।

ପୁରୁଷଙ୍କ ତୁଳନାରେ ମହିଳା ହୃଦରୋଗ ଓ ହୃଦଘାତ ଭୋଗିବା ଆଶଙ୍କା ଅଧିକ । ଉତ୍କଣ୍ଠା, ରୋଗ ଜନିତ ଅତ୍ୟଧିକ ଯନ୍ତ୍ରଣା, ଯକ୍ଷ୍ମା, ଶ୍ୱାସ ରୋଗ ଆଦିରେ ପୀଡିତ ଥିଲେ, ନିଦ୍ରାରେ ବ୍ୟାଘତ ଘଟେ । ସ୍ନାୟବିକ ରୋଗ, ବିଳମ୍ବିତ ରାତି ଯାଏ କାମ, ନିଶାସକ୍ତ ବ୍ୟକ୍ତି ନିଶା ଛାଡିଲେ, ଠିକ୍ ଭାବେ ନିଦ ହୁଏ ନାହିଁ । ନିଦ ନ ହେଲେ ଚିକିତ୍ସା ଆବଶ୍ୟକ । ରୋଗର ପ୍ରକାର ଭେଦ ଓ ଅବସ୍ଥା ଉପରେ ନିର୍ଭର କରିଥାଏ ।

କେତେକ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ଚିକିତ୍ସା ଦ୍ୱାରା ମଧ୍ୟ ନିଦ୍ରାହୀନତାକୁ ଦୂର କରିବାକୁ ଚେଷ୍ଟା କରାଯାଏ । ନିଦ୍ରାଦୀନତାରୁ ମୁକ୍ତି ପାଇବା ପାଇଁ ଦୈନନ୍ଦିନ କାର୍ଯ୍ୟ ଠିକ୍ ସମୟରେ କରନ୍ତୁ । ଶାରୀରିକ ପରିଶ୍ରମ ଉତ୍ତମ ନିଦ୍ରା ପାଇଁ ଅପରିହାର୍ଯ୍ୟ । ଶାରୀରିକ ପରିଶ୍ରମ କରୁ ନଥିବା ବ୍ୟକ୍ତି ସକାଳେ ଓ ସନ୍ଧ୍ୟାରେ ମୁକ୍ତ ବାୟୁରେ ବ୍ୟାୟାମ କରିବା ଦୁଇ କିଲୋମିଟର ଚାଲିବା ଉଚିତ୍ । ସବୁଦିନ ନିର୍ଦ୍ଦିଷ୍ଟ ସମୟରେ ନିଦରୁ ଉଠିବାକୁ ଚେଷ୍ଟା କରନ୍ତୁ । ନିଶା ସେବନ କରନ୍ତୁ ନାହିଁ । ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ସ୍ନାନ କରନ୍ତୁ । ଶୋଇବା ଘର ପରିଷ୍କାର ରଖନ୍ତି ।