ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ କି ଆପଣ ବ୍ୟବହାର କରୁଥିବା ମୋବାଇଲଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ୟ୍ୟନ୍ତ ସମସ୍ତ ବ୍ୟକ୍ତିଗତ ଆକାଉଣ୍ଟକୁ ସୁରକ୍ଷିତ ରଖୁଥିବା ପାସୱାର୍ଡ କେତେ ସୁରକ୍ଷିତ? ଆପଣ ରଖୁଥିବା ପାସୱାର୍ଡ କଣ ସୁରକ୍ଷିତ ଅଟେ ? ତେବେ ନିକଟରେ କିଛି ଗବେଷଣଙ୍କ ଦ୍ୱାରା କରାଯାଇ ସର୍ଭେରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଏକ ତାଲିକା ପ୍ରକାଶ ପାଇଛି ଆଉ ଏହି ତାଲିକାରେ କିଛି ଏଭଳି ପାସୱାର୍ଡ ସଂପର୍କରେ ଆଲୋଚନା କରାଯାଇଛି ଯେଉଁଗୁଡିକ କି ଅଧିକ ଅସୁରକ୍ଷିତ ଭାବେ ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।
୧୨୩୪୫୬
ଲୋକେ ନିଜର ସୁବିଧା ପାଇଁ ଏହି ନମ୍ବରକଗୁଡିକୁ ନିଜ ପାସୱାର୍ଡ ଭାବେ ବ୍ୟବହାର କରିଥାନ୍ତି । ଯାହାକୁ ଜଣେ ବ୍ୟକ୍ତି ମନେ ଅତି ସହଜରେ ମନେ ରଖିପାରିବ । ମାତ୍ର ରିପୋର୍ଟ ଅନୁସାରେ, ପାଖାପାଖି ୩ ପ୍ରତିଶତ ଲୋକ ଏହି ନମ୍ବରକୁ ନିଜର ପାସୱାର୍ଡ ଭାବେ ବ୍ୟବହାର କରିଥାନ୍ତି । ଆଉ ଏହି ପାସୱାର୍ଡଟି ୨୦୧୬ରୁ ସବୁଠାରୁ ଅଧିକ ଅସୁରକ୍ଷିତ ପାସୱାର୍ଡ ତାଲିକାରେ ରହିଛି ।
ପାସୱାର୍ଡ
ସେହିପରି ସବୁଠାରୁ ଅଧିକ ଅସୁରକ୍ଷିତ ପାସୱାର୍ଡ ତାଲିକାରେ ରହିଛି ପାସୱାର୍ଡ ଭଳି ଶଦ୍ଦ ।
୧୨୩୪୫୬୭୮
ଅସୁରକ୍ଷିତ ପାସୱାର୍ଡ ତାଲିକାରେ ତୃତୀୟ ସ୍ଥାନରେ ରହିଛି ୧୨୩୪୫୬୭୮ନମ୍ବର ବିଶିଷ୍ଟ ପାସୱାର୍ଡ ।
qwerty
ସେହପରି ଅସୁରକ୍ଷିତ ପାସୱାର୍ଡ ତାଲିକାରେ ଚତୁର୍ଥ ନମ୍ବରରେ ରହିଛି qwerty ଶଦ୍ଦ ।
୧୨୩୪୫
ଅସୁରକ୍ଷିତ ପାସୱାର୍ଡ ତାଲିକା ପଂଚମ ସ୍ଥାନରେ ରହିଛି ୧୨୩୪୫ ନମ୍ବର ବିଶିଷ୍ଟ ପାସୱାର୍ଡ ।
୧୨୩୪୫୬୭୮୯
ଅସୁରକ୍ଷିତ ପାସୱାର୍ଡ ତାଲିକାରେ ଷଷ୍ଠତମ ସ୍ଥାନରେ ରହିଛି ଏହି ପାସୱାର୍ଡ ।
letmein
ଅସୁରକ୍ଷିତ ପାସୱାର୍ଡ ତାଲିକାର ସପ୍ତମ ସ୍ଥାନରେ ରହିଛି ଏହି letmein ନାମକ ଶଦ୍ଦ ।
୧୨୩୪୫୬୭
ସେହିପରି ଏହି ଅସୁରକ୍ଷିତ ପାସୱାର୍ଡ ତାଲିକାରେ ରହିଛି ୧୨୩୪୫୬୭ ଭଳି ନମ୍ବର ବିଶିଷ୍ଟ ପାସୱାର୍ଡ ।
ଫୁଟବଲ
ଅସୁରକ୍ଷିତ ପାସୱାର୍ଡ ତାଲିକାରେ ନବମ ନମ୍ବରରେ ରହିଛି ଫୁଟବଲ ଭଳି ଶଦ୍ଦ ।
iloveyou
ଅଧିକାଂଶ ଲୋକେ ଏହି ଶଦ୍ଦକୁ ନିଜର ମୋବାଇଲ କିମ୍ବା କମ୍ପ୍ୟୁଟରରେ ବା ବ୍ୟକ୍ତିଗତ ତଥ୍ୟ ବା ଆକାଉଂଟର ପାସୱାର୍ଡ ଭାବେ ରଖିବାକୁ ବେଶି ପସନ୍ଦ କରିଥାନ୍ତି । ଯାହାକି ଗବେଷକଙ୍କ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରେ ତଥା ଅସୁରକ୍ଷିତ ପାସୱାର୍ଡ ତାଲିକାରେ ସ୍ଥାନ ପାଇଛି ।
Comments are closed.