ସମୁଦ୍ରରେ ଶକ୍ତି ବଢାଇଲା ଭାରତ! ଆଇଏନଏସ୍ କିଲଟନ ନୌସେନାରେ ସାମିଲ, ପରମାଣୁ ଯୁଦ୍ଧ ସମୟରେ ଆକ୍ରମଣ କରିବାରେ ମାହିର

59

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସମୁଦ୍ରପଥରେ ଶତ୍ରୁପକ୍ଷକୁ ବେଶ ଆରାମରେ ମାତ ଦେଇପାରିବ ଭାରତୀୟ ନୌସେନା । ଜଳପଥରେ ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଇଏନଏସ୍ କିଲଟନକୁ ନୌସେନାରେ ସାମିଲ କରିଛନ୍ତି । ଆଜି ନିର୍ମଳା ବିଶାଖାପାଟଣାରେ ଅବସ୍ଥିତ ନାଭାଲ କ୍ୟାମ୍ପରେ ପହଞ୍ଚି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ଯୁଦ୍ଧପୋତକୁ ସମର୍ପିତ କରିଛନ୍ତି । କ୍ଲିଣ୍ଟନ ଅନ୍ୟ ଯୁଦ୍ଧପୋତ ଠାରୁ ଅଧିକ ଶକ୍ତିଶାଳୀ ତଥା ଘାତକ । ଏହି ଯୁଦ୍ଧପୋତ ପାଣି ଭିତରେ ଥିବା ସବମେରାଇନକୁ ବେଶ ଆରାମରେ ଧ୍ୱଂସ କରିବାକୁ ସକ୍ଷମ ।

ଋିପୋର୍ଟ ଅନୁଯାୟୀ, ଏହି ଆଣ୍ଟି –ସବମେରାଇନର ଓଜନ ୩୫୦୦ ଟନ୍ । ଏହାର ଲମ୍ବ ୧୦୯ ମିଟର । ତାଛଡା ଏହି ସବମେରାଇନରେ ଚାରୋଟି ଡିଜେଲ ଇଞ୍ଜିନ ଲାଗିଛି । ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ସବମେରାଇନ ପୂରାପୁରି ସେନ୍ସରଯୁକ୍ତ । ଏହି ଯୁଦ୍ଧପୋତଟି ଘଣ୍ଟାପ୍ରତି ୪୫ କିଲୋମିଟର ବେଗରେ ଜଳ ଭିତରେ ଯାଇପାରିବ । ଏହାଛଡା ଏଥିରେ ହେଲିକପ୍ଟର ଲ୍ୟାଣ୍ଡିଙ୍ଗ କଳାଭଳି ମଧ୍ୟ ସୁବିଧା ରହିଛି । ଏହି ଯୁଦ୍ଧପୋତରେ ରକେଟ ଲଞ୍ଚରର ମଧ୍ୟ ସୁବିଧା ରହିଛି । ଏହାକୁ ଏଭଳି ଭାବେ ନିର୍ମିତ କରାଯାଇଛି ଯେ, ସବୁପ୍ରକାର ପରିସ୍ଥିତିରେ ଏହା ଶତ୍ରୁପକ୍ଷ ସହ ଯୁଦ୍ଧ କରିପାରିବ । ଏପରିକି ପରମାଣୁ ଯୁଦ୍ଧ ସମୟରେ ମଧ୍ୟ ଲଢିପାରିବ । ଏହାକୁ ନୌସେନା ବିଭାଗ ନିର୍ମାଣ କରିଛି । ଏଥିରେ ହାଇ କ୍ଲାସ ଷ୍ଟିଲ ଡିଏମଆର ୨୪୯କୁ ବ୍ୟବହାର ଏହାକୁ ନିର୍ମାଣ କରାଯାଇଛି ।

ସମୁଦ୍ର ତଙ୍କରେ ରହି ଶତ୍ରୁପକ୍ଷ ଉପରେ ଦୃଷ୍ଟି ରଖିବାକୁ ଏହି ଆଣ୍ଟି ସବମେରାଇନକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହାପୂର୍ବରୁ ଆଇଏନଏସ୍ ତାରମୁଗଲୀ ଓ ଆଇଏନଏସ୍ ଟିହାୟୁ ସବମେରାଇନ ୨୦୧୬ ମସିହାରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏବେ ଏହି ଦୁଇଟି ସବମେରାଇନ ବିଶାଖାପାଟଣା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଶତ୍ରୁପକ୍ଷ ଉପରେ ଦୃଷ୍ଟି ରଖିଛି ।