ଥରହର ହେବେ ଶତ୍ରୁ ଦେଶ : ପରମାଣୁ ଆକ୍ରମଣର ଜବାବ ଦେବ ‘ଆଇଏନଏସ ଆରିହାନ୍ତ’

ଶତ୍ରୁକୁ ମାତ୍ ଦେବ ‘ଆଇଏନଏସ ଆରିହାନ୍ତ’ 

216

ସମୁଦ୍ରରେ ନିଜର ପ୍ରଥମ ପେଟ୍ରୋଲିଙ୍ଗ ପରେ ସୋମବାର ପରମାଣୁ ଅସ୍ତ୍ର ଯୁକ୍ତ ବୁଡାଜାହାଜ ଆଇଏନଏସ ଆରିହାନ୍ତ ସ୍ୱଦେଶକୁ ଫେରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରିହାନ୍ତ ଟିମ୍ ର ସ୍ୱାଗତ କରିଛନ୍ତି ଓ ଏହି ବୁଡାଜାହାଜକୁ ଶତ୍ରୁଙ୍କ ପାଇଁ ଚେତାବନୀ । ଏହା ସହିତ ଭାରତୀୟ ସେନା ଏବେ ସ୍ଥଳ, ଜଳ ଓ ଆକାଶରେ ପରମାଣୁ ଆକ୍ରମଣ ର ଜବାବ ଦେବାର କ୍ଷମତା ଯୁକ୍ତ ହୋଇଯାଇଛି ।

ପିଏମ୍ ମୋଦି ଆରିହାନ୍ତର ଟିମ୍ କୁ ସମ୍ବୋଧିତ କରି କହିଲେ କି, “ଆପଣଙ୍କ ଏହି ଅଭିଯାନ ସୁରକ୍ଷା ଓ ସଂରକ୍ଷା ପାଇଁ ତପସ୍ୟା । ଆରିହାନ୍ତର ଅର୍ଥ ଶତ୍ରୁଙ୍କୁ ନଷ୍ଟ କରିବା । ଏହା ଦେଶର ସୁରକ୍ଷା ପାଇଁ ଉପଲବ୍ଧି । ଏହା ଏକ ବଡ ପଦକ୍ଷେପ । ଆରିହାନ୍ତ ଭାରତର ଶତ୍ରୁଙ୍କ ପାଇଁ ଖୋଲା ଚେତବାନୀ ଯେ, ଭାରତ ବିରୁଦ୍ଧରେ କେହି ଦୁଃସାହସ ନକରନ୍ତୁ । ସାରା ଭାରତ ଆପଣଙ୍କ(ଆରିହାନ୍ତ) କୃତଜ୍ଞ ।”

ଆରିହାନ୍ତ ସେନାରେ ସାମିଲ ହେବାପରେ ଭାରତ ଏବେ ପରମାଣୁ ଆକ୍ରମଣର ଜବାବ ଦେଇପାରିବ । ସ୍ଥଳରେ ଅଗ୍ନି ମିସାଇଲ, ଆକାଶରେ ଯୁଦ୍ଧ ବିମାନ ଓ ଜଳରେ ଆରିହାନ୍ତ ମାଧ୍ୟମରେ ଭାରତ ପରମାଣୁ  ଆକ୍ରମଣର ଜବାବ ସହଜରେ ଦେଇପାରିବ । ପିଏମ୍ ମୋଦି କହିଲେ କି, ଆଇଏନଏସ ଆରିହାନ୍ତ ଯୋଗୁଁ  ନ୍ୟୁକ୍ଲିୟାର ଟ୍ରାଏଡ୍ ହାସଲ କରି ଭାରତ ଏଲିଟ୍ ଦେଶ ସହିତ ଛିଡା ହୋଇଛି ।

ଧନତେରସ୍ ଅବସରରେ ଦେଶବାସୀଙ୍କୁ ଏହାର ସୂଚନା ଦେଇ ମୋଦି ଟ୍ୱିଟ୍ କରିଛନ୍ତି, ‘ଆଜି ଧନତେରସ ବିଶେଷ ବନିଯାଇଛି । ଭାରତର ଗୌରବ ପରମାଣୁ ଅସ୍ତ୍ର ଯୁକ୍ତ ଆଇଏନଏସ ଆରିହାନ୍ତ ନିଜର ପ୍ରଥମ ପେଟ୍ରୋଲିଙ୍ଗ ପୁରା କରିସାରିଛି ।’ ଚୀନ ଓ ପାକିସ୍ତାନକୁ ଦେଖି ସୁରକ୍ଷାର ଆବଶ୍ୟକତା ଉପରେ ଜୋର୍ ଦେଇ ପିଏମ୍ କହିଛନ୍ତି କି, ଆଜିର ସମୟରେ ଏଟମି ନିବାରଣ ହିଁ ଦାବି ଅଛି । ପରମାଣୁ ନିବାରଣର ତାତ୍ପର୍ଯ୍ୟ, ଭାରତ ପ୍ରଥମେ ପରମାଣୁ ଅସ୍ତ୍ରର ପ୍ରୟୋଗ ନକରିବାର ନିଷ୍ପତ୍ତି ନେଇଛି । କିନ୍ତୁ ସେଭଳି ସ୍ଥିତିରେ କରିପାରିବ, ଯେତେବେଳ କୌଣସି ଦ୍ୱିତୀୟ ଦେଶ ଆକ୍ରମଣ କରିବ ।