ନୋଟ୍ ଦେଇ ଭୋଟ୍ କିଣିଥିବା ଅଭିଯୋଗ : ଟଙ୍କା ଦେଇ ଦଳିତଙ୍କ ଆଙ୍ଗୁଠିରେ ଲଗାଇଲେ କାଳି

133

ଲୋକସଭା ନିର୍ବାଚନ ୨୦୧୯ର ଶେଷ ପର୍ଯ୍ୟାୟ ପାଇଁ ମତଦାନ ହେଉଛି । ଏହା ପୂର୍ବରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଦଳିତ ବସ୍ତିରେ ଲୋକଙ୍କ ଆଙ୍ଗୁଠିରେ ଭୋଟ ଦେବା ପୂର୍ବରୁ କାଳୀ ଲଗାଯାଇଛି । ଏହା ସହିତ ହିଁ ତାଙ୍କୁ ୫୦୦ ଟଙ୍କା ମଧ୍ୟ ଦିଆଯାଇଛି । ଏହି ଘଟଣା ଉତ୍ତର ପ୍ରଦେଶର ଚନ୍ଦୌଲୀ ଲୋକସଭା ଆସନର ।

ଚନ୍ଦୌଲୀର ତାରାଜୀବନପୁର ଗାଁର ଦଳିତ ବସ୍ତିରେ ଲୋକମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭୋଟ୍ ନଦେବା ପାଇଁ ୫୦୦-୫୦୦ ଟଙ୍କା ବାଣ୍ଟି କାଳୀ ଲଗାଇଦିଆଯିବାର ଅଭିଯୋଗ ହୋଇଛି । ବିଲମ୍ବିତ ରାତ୍ରିରେ ଏହାର ସୂଚନା ମିଳିଥିଲା । ଦଳିତ ବସ୍ତିର ଲୋକମାନେ ନୋଟ୍ ଦେଇ ଭୋଟ୍ କିଣିଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅଛି କି ବିଜେପି କାର୍ଯ୍ୟକର୍ତ୍ତିମାନେ ଭୋଟ୍ ନଦେବା ପାଇଁ ତାଙ୍କୁ ଟଙ୍କା ଦେଇ ଆଙ୍ଗୁଠିରେ କାଳୀ ଲଗାଇଛନ୍ତିି ।

ଏଡିଏମଙ୍କ ସୂଚନା ଅନୁଯାୟୀ, ଏବେ ବି ଅଭିଯୋଗକାରୀ ଥାନାରେ ଅଛନ୍ତି । ଲୋକମାନଙ୍କ ଅଭିଯୋଗ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନେ ଏବେ ବି ଭୋଟ୍ ଦାନ କରିବା ଯୋଗ୍ୟ ଅଛନ୍ତି । କାହିଁକିନା ସେତେବେଳେ ନିର୍ବାଚନ ଆରମ୍ଭ ହୋଇନଥିଲା । କେବଳ ଏଫଆଇଆରରେ ଲେଖିବାକୁ ପଡିବ କି ତାଙ୍କ ଆଙ୍ଗୁଠିରେ ଜବରଦସ୍ତି କାଳୀ ଲଗାଇଦିଆଯାଇଥିଲା ।