କେବଳ ନାୟିକା ନୁହଁନ୍ତି ଗାୟିକା ବି ! କାଷ୍ଟିଂ କାଉଚ ନେଇ ମୁହଁ ଖୋଲିଲେ ସିଙ୍ଗର୍ ହେମା ସରଦେଶାଇ

25

ବଲିଉଡ ହେଉ କି ଓଲିଉଡ୍ । ନୂଆ କରି ଆସୁଥିବା ସମସ୍ତ ଅଭିନେତ୍ରୀଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥାଏ । ନଚାହିଁଲେ ମଧ୍ୟ ସମସ୍ତେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ କାଷ୍ଟିଂ କାଉଚ୍ ନେଇ ଏବେ ଆଉ ଏକ ଖୁଲାସା ଏବେ ହୋଇଛି । କେବଳ ନାୟିକା ନୁହଁନ୍ତି ଗାୟିକା ମାନେ ମଧ୍ୟ ଏଭଳି ଶୋଷଣର ଶିକାର ହୁଅନ୍ତି । ବଲିଉଡର ପ୍ରଖ୍ୟାତ ଗାୟିକା ହେମା ସରଦେଶାଇ ଏକ ସାକ୍ଷାତକାରରେ ଏନେଇ ମୁହଁ ଖୋଲିଛନ୍ତି ।

ହେମା କହିଛନ୍ତି ,ଖରାପ ଲୋକରେ ଭର୍ତ୍ତି ଅଛି ବଲିଉଡ ଇଣ୍ଡଷ୍ଟ୍ରି । ସେ ଯେଉଁ ବି ଷ୍ଟୁଡିଓକୁ ରେକର୍ଡିଂ କରିବାକୁ ଯାଆନ୍ତି ସମସ୍ତେ ତାଙ୍କୁ ଖରାପ ନଜରରେ ଦେଖନ୍ତି । ଏପରିକି ରାତି ବିତାଇବାକୁ ମଧ୍ୟ ଅଫର୍ କରିଛନ୍ତି ଅନେକ ଲୋକ । ହେଲେ ଏସବୁ ପରେ ସେ କେବେ ବି ଭାଙ୍ଗି ପଡି ନାହାଁନ୍ତି । କାରଣ କାହା ସହ କମ୍ପ୍ରମାଇଜ୍ କରି ମ୍ୟୁଜିକକୁ ସେ ପୂଜା କରୁଥିବା ହେମା ଏହାକୁ ବଦନାମ୍ କରିବାକୁ ଚାହାନ୍ତିନି । ସେ ଆଜି ଯାହାବି ପାଇଛନ୍ତି କେବଳ ନିଜ ପରିଶ୍ରମରେ ପାଇଛନ୍ତି ।

ବଲିଉଡର ଲୋକପ୍ରିୟ ଗାୟିକା ମାନଙ୍କ ମଧ୍ୟରେ ହେମା ସରଦେଶାଇ ହେଉଛନ୍ତି ଅନ୍ୟତମ । ଅନେକ ହିଟ୍ ଗୀତ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । କେବଳ ହେମା ହେଉଛନ୍ତି ଏମିତି ଜଣେ ଗାୟିକା ଯିଏ ୧୯୮୯ରେ ଜର୍ମାନୀରେ ହୋଇଥିବା ଅନ୍ତରାଷ୍ଟ୍ରୀୟ ପପ୍ ସଙ୍ଗ୍ ଫେଷ୍ଟିଭରେ ଆୱାର୍ଡ ପାଇଥିଲେ ।