ସମାଜସେବୀଙ୍କ ପାଇଁ ଇନଫୋସିସ୍ ଆଣିଲା ବଡ ଉପହାର ! ଭେଟି ସ୍ୱରୁପ ମିଳିବ ଦେଢ କୋଟି । 

26

ସମାଜର ମଙ୍ଗଳ ପାଇଁ କାମ କରୁଥିବା ତଥା ନିଃସ୍ୱାର୍ଥ ଭାବେ ସମାଜସେବା କରୁଥିବା ଲୋକଙ୍କୁ ସମାଜସେବୀ କୁହାଯାଏ । ଲୋକଙ୍କ ଦୁଃଖ,ଅସହାୟତା ତଥା ପରିବେଶ ସ୍ୱଚ୍ଛତା ଠାରୁ ଆରମ୍ଭ କରି ଅନେକ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆସିଯାଇଛି ଏକ ଖୁସି ଖବର । ଏହି ଖୁସି ଖବରଟି ହେଲା ସମାଜସେବା କ୍ଷେତ୍ରରେ କିଛି ଭିନ୍ନ ତଥା ନୂଆ କଲେ ଇନଫୋସିସ୍ ତରଫରୁ ଦେଢ କୋଟି ଟଙ୍କାର ରାଶି ମିଳିପାରେ । ଇନଫୋସିସ୍ କମ୍ପାନୀରୁ ସମାଜସେବୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଟଙ୍କା କରପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ତରଫରୁ ଦିଆଯିବ ।

ଇନଫୋସିସ୍ ଫାଉଣ୍ଡେସନ୍ ର ଅଧ୍ୟକ୍ଷ ସୁଦ୍ଧା ମୂର୍ତ୍ତି ଙ୍କ କହିବାନୁସାର,ଆମେ  ୨୨ ବର୍ଷ ଧରି ଏଠାରେ କାମ କରିଆସୁଛୁ । ପୂର୍ବରୁ ଆମ ପାଖରେ ସିଏସଆରରେ ଫଣ୍ଡର ଅଭାବ ଥିଲା । ବର୍ତ୍ତମାନ ସରକାର ସିଏସଆର ତରଫରୁ ଆସୁଥିବା ଲାଭକୁ ଦୁଇ ଭାଗରେ ଖର୍ଚ୍ଚ କରିବାକୁ ଅନିବାର୍ଯ୍ୟ କରିଦେଇଛି । ଏମିତିରେ କମ୍ପାନୀ ପାଖରେ ୩୪୦ କୋଟି ଟଙ୍କାର ଫଣ୍ଡ ଜମା ହୋଇଗଲାଣି । ଏଥିପାଇଁ କମ୍ପାନୀ ସମାଜସେବା କ୍ଷେତ୍ରରେ ଆଗକୁ ଆସୁଥିବା ବ୍ୟକ୍ତିତ୍ୱଙ୍କୁ ସହାୟତାର ହାତ ବଢାଇବାକୁ ଚେଷ୍ଟା କରୁଛି । ସିଏସଆର ଫାଉଣ୍ଡେସନ୍ ଅନୁସାରେ ପ୍ରତିବର୍ଷ ୩ ଜଣ ଲୋକଙ୍କୁ ତଥା ବେସରକାରୀ ସଂସ୍ଥାକୁ ଏଥିପାଇଁ ଚୟନ କରାଯାଏ । ଏଥି ଅନୁଯାୟୀ ଉକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯାଇଥାଏ ।