ରାଇସିନା ରେସ୍ ! ରାମନାଥ କୋବିନ୍ଦ ଓ ମୀରା କୁମାରଙ୍କ ବିଷୟରେ କିଛି ତଥ୍ୟ
ଦେଶକୁ ଆଜି ମିଳିବ ନୂଆ ରାଷ୍ଟ୍ରପତି । ଦିନ ୧୧ଟାରୁ ଭୋଟଗଣତି ଆରମ୍ଭ ହେବ । ଅପରାହ୍ନ ୫ଟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବା ଆଶା କରାଯାଉଛି । ଏଥିପାଇଁ ୧୭ ତାରିଖରେ ଭୋଟ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ରାମନାଥ କୋବିନ୍ଦ –
– ଉତ୍ତର ପ୍ରଦେଶରୁ ରାମନାଥ କୋବିନ୍ଦ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି
– ୧୯୯୪ରୁ ୨୦୦୦ ଓ ୨୦୦୦ରୁ ୨୦୦୬ ସେ ରାଜ୍ୟସଭା ସାଂସଦ ରହି ସାରିଛନ୍ତି ।
– ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପି ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ।
– ସର୍ବଭାରତୀୟ କୋଲି ସମାଜର ସଭାପତି ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।
– ୧୯୪୫ ଅକ୍ଟୋବର ୧ ତାରିଖରେ ସେ କାନପୁର ଦେହାତରେ ଜନ୍ମଗ୍ରହଣ କରିଥିଲେ ।
– କାନପୁର ବିଶ୍ୱବିଦ୍ୟାଳୟରୁ ବିକମ୍ ଓ ଏଲଏଲବି କରିଥିଲେ ରାମନାଥ କୋବିନ୍ଦ ।
– ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି ।
– ୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଭାବେ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ।
– ପ୍ରାୟ ୧୬ ବର୍ଷଧରି ଜଣେ ଆଇନଜୀବୀ ଭାବେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ରାମନାଥ ।
ମୀରା କୁମାର-
– ମୀରା କୁମାର ପାଂଚ ଥର ସଂସଦର ସଦସ୍ୟ ହୋଇଛନ୍ତି ।
– ୧୯୮୫ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
– ୨୦୦୯ ରୁ ୨୦୧୪ ଯାଏଁ ଲୋକସଭାର ପ୍ରଥମ ମହିଳା ବାଚସ୍ପତି ଥିଲେ ମୀରା କୁମାର ।
– ୨୦୦୪ ରୁ ୨୦୦୯ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଥିଲେ ମୀରା କୁମାର ।
– ଜଣେ ଆଇନଜୀବି ଓ ପୂର୍ବତନ ରାଷ୍ଟ୍ରଦୂତ ରୂପେ ୧୯୭୩ରେ ବିଦେଶ ସେବାରେ ଯୋଗ ଦେଇଥିଲେ ।