ବାଲେଶ୍ୱରରେ ୩ ବର୍ଷର ଶିଶୁର ଜୀବନ ସହ ଖେଳ : ଥାଲାସେମିଆ ଆକ୍ରାନ୍ତ ଶିଶୁକୁ ଦିଆଯାଇଛି ସଂକ୍ରମିତ ରକ୍ତ

89

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଲେଶ୍ୱରରେ ୩ ବର୍ଷର ଶିଶୁର ଜୀବନ ସହ ଖେଳ ଖେଳା ଯାଇଛି । ବାଲେଶ୍ୱରରେ ଥାଲାସେମିଆ ଆକ୍ରାନ୍ତ ଶିଶୁକୁ ଦିଆଯାଇଛି ସଂକ୍ରମିତ ରକ୍ତ । ମୁମ୍ବାଇରୁ ଆସିଥିବା ରିପୋର୍ଟ ଏପରି ଖୁଲାସା କରିଛି । ଶିଶୁର ରକ୍ତରେ ମାରାତ୍ମକ ହେପାଟାଇଟିସ-ସି ଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି । ପ୍ରାଥମିକ ପରୀକ୍ଷାରୁ ସନ୍ଦେହ ହେବା ପରେ ଶିଶୁଟିର ରକ୍ତ ନମୁନା ସଂଗ୍ରହ କରି ଅଧିକ ପରୀକ୍ଷା ପାଇଁ ମୁମ୍ବାଇ ପଠାଇଥିଲେ କଟକ ବଡ ମେଡିକାଲ କର୍ତୃପକ୍ଷ । ଏବେ ରିପୋର୍ଟରେ ମାରାତ୍ମକ ଭୂତାଣୁ ଥିବା ଜଣାପଡିବା ପରେ ପରିବାର ମୁଣ୍ଡରେ ଚଡକ ପଡିଛି ।

ସେପଟେ ରିପୋର୍ଟରେ ହେପାଟାଇଟିସ-ସି ଭୂତାଣୁ ଥିବା ସ୍ପଷ୍ଟ ହେବା ପରେ ବାଲେଶ୍ୱର ବ୍ଲଡବ୍ୟାଙ୍କ କର୍ତୃପକ୍ଷଙ୍କ ଆଡକୁ ଅଙ୍ଗୁଳି ଉଠିଛି । ଅନ୍ୟପଟେ ବମ୍ବେ ରିପୋର୍ଟକୁ ଗ୍ରହଣ କରିବାକୁ ନାରାଜ ଜିଲ୍ଲା ବ୍ଲଡବ୍ୟାଙ୍କ ଅଧିକାରୀ ଏହାର ବୈଦ୍ଧତା ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଜିଲ୍ଲା ବ୍ଲଡବ୍ୟାଙ୍କରୁ ରକ୍ତ ନେବା ପୂର୍ବରୁ ଶିଶୁଟି ହେପାଟାଇଟିସ-ସି ପଜିଟିଭ ଥାଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି ବାଲେଶ୍ୱର ସିଡିଏମଓ । ଏପଟେ ଉଭୟ ବୁର୍ଲା ଓ ବାଲେଶ୍ୱରରେ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯିବା ପ୍ରସଙ୍ଗରେ ଆରଡିସିଙ୍କୁ ରିପୋର୍ଟ ତଲବ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଏହା ସହ ଦେଖନ୍ତୁ :