ହସ୍ପିଟାଲରେ ଶିଶୁପୁତ୍ର ନିଖୋଜ ଘଟଣା ! ହାଇଦ୍ରାବାଦରୁ ବଲାଙ୍ଗିର ଫେରିଛି ୨ ମାସ ୧୩ ଦିନର ଶିଶୁ

33

କନକ ବ୍ୟୁରୋ : ହାଇଦ୍ରାବାଦରୁ ବଲାଙ୍ଗିର ଫେରିଛି ମାତ୍ର ୨ ମାସ ୧୩ ଦିନର ଶିଶୁ । ଜଣେ ଦାଦନର ଶିଶୁପୁତ୍ର ଜନ୍ମ ସହ ହରାଇଥିଲା ମାଆକୁ । ଅଭାବୀ ବାପା ବିଷ୍ଣୁ ତାକୁ ହସ୍ପିଟାଲରୁ ଉଦ୍ଧାର କରି ଘରକୁ ଫେରାଇ ଆଣିପାରିନ ଥିଲେ । କିନ୍ତୁ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସିଡବ୍ଲୁସି, ଜିଲ୍ଲା ପ୍ରଶାସନ ଓ ଚାଇଲ୍ଡ ଲାଇନ ସହାୟତାରେ ଘରକୁ ଫେରିଛି ଦାଦନର ଏହି ନିଷ୍ପାପ ଶିଶୁ ।

ଗତ ଫେବୃଆରୀ ୨୫ ତାରିଖରେ ସିକନ୍ଦରାବାଦର ଗାନ୍ଧୀ ହସ୍ପିଟାଲ ଠାରେ ଭୂମିକା ଏକ ଶିଶୁପୁତ୍ରକୁ ଦେଲେ ଜନ୍ମ । କିନ୍ତୁ ମାଆ ଡାକ ଶୁଣିବା ଆଗରୁ ମାଆ ଆରପାରିକୁ ଚାଲିଯାଇଥିଲା । ହସ୍ପିଟାଲରେ ରହିଯାଇଥିଲା ନବଜାତକ । ପିଲାଟି ରହିଯାଇଥିଲା ସେହି ହସପିଟାଲ ଠାରେ । କନକ ନ୍ୟୁଜରେ ପିଲାଟାକୁ କିଏ ସେଠାରୁ ନେଇ ଯାଇଥିବା ଖବର ପ୍ରସାରଣ ହେବା ପରେ ପିଲାଟି ଉଦ୍ଧାର କରାଯାଇଛି ବୋଲି କହିଛନ୍ତି ସିଡବ୍ଲୁସିର ସଦସ୍ୟ ।

ନବ ଜାତକ ଶିଶୁଟି ଗାନ୍ଧି ହସ୍ପିଟାଲରେ ନଥିବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଚେତିଥିଲା ପ୍ରଶାସନ । ତାପରେ ପାଂଚ ଜଣ ସଦସ୍ୟ ପିଲାଟିକୁ ଗାନ୍ଧୀରେ ନପାଇ ସେଠିକାର ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ତାଙ୍କ ନିର୍ଦେଶ କ୍ରମେ ଇଟାଭାଟି ମାଲିକ ଉକ୍ତ ଶିଶୁଟିକୁ ହସ୍ତାନ୍ତର କରିଥିଲା । କିଏ ଶିଶୁଟିକୁ ଡାକ୍ତରଖାନାରୁ ନେଇଥିଲା ତାହା ଏବେ ବି ରହସ୍ୟ ଘେରରେ । ବର୍ତମାନ ଜିଲ୍ଲାରେ ଶିଶୁକୁ ନେଇ ଚର୍ଚା ଚାଲିଥିବା ବେଳେ, ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।