ମହିଳା କମିଶନଙ୍କୁ ଭିଆଇପି କମିଶନ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇନ୍ଦୁଲତା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହିଳା କମିଶନଙ୍କ ତଦନ୍ତରେ ଅସନ୍ତୁଷ୍ଟ ତାରାଦତ୍ତଙ୍କ ପତ୍ନୀ ଇନ୍ଦୁଲତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଆଣିଥିବା ଅଭିଯୋଗର ଠିକ୍ ଭାବେ ତଦନ୍ତ ହେଉନଥିବା ସେ ଚିଠିରେ ଲେଖିଛନ୍ତି । ଏପରିକି ଜଏଂଟ ମିଟିଂବେଳେ ତାରାଦତଙ୍କୁ ଭିଆଇପି ଟ୍ରିଟମେଂଟ୍ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଇନ୍ଦୁଲତା । ବରିଷ୍ଠ ଆଇଏସ୍ ତାରାଦତ୍ତତଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି ମହିଳାକମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ଇନ୍ଦୁଲତା ଦାସ । ୨୦୧୪ରୁ ଅଭିଯୋଗ କରିଥିଲେ ସୁଦ୍ଧା ତାରା ଦତ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରି ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।