ବିବାଦରେ ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ସିନେମା ‘ଇନ୍ଦୁ ସରକାର’

30

ନିଜକୁ ସଂଜୟ ଗାନ୍ଧୀଙ୍କ ଝିଅ ଦାବି କରୁଥିବା ପ୍ରିୟାପାଲ ସିଂ ସିନେମା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କୁ ପଠାଇଛନ୍ତି ଲିଗାଲ୍ ନୋଟିସ୍ । ୧୯୭୭ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ତିଆରି ହେଉଥିବା ସିନେମା ‘ଇନ୍ଦୁ ସରକାର’କୁ ନେଇ ପ୍ରିୟା ଆପତ୍ତି ଉଠାଇଛନ୍ତି ।

ପ୍ରିୟା କହିଛନ୍ତି, ଏହି ସିନେମାରେ ସଂଜୟ ଗାନ୍ଧୀଙ୍କ ବିଷୟରେ ଭୁଲ ତଥ୍ୟ ଦିଆଯାଇଛି । ସେ ତାଙ୍କର ଡିଏନ୍ଏ ଟେଷ୍ଟ କରିବାକୁ କହିଛନ୍ତି । ଏହାଦ୍ୱାରା ତାଙ୍କୁ ତାଙ୍କର ଅସଲ ପରିଚୟ ମିଳିପାରିବ । ପ୍ରିୟା ଦାବି କରିଛନ୍ତି ସଞ୍ଜୟ ଗାନ୍ଧୀ ଓ ତାଙ୍କ ମାଆ ମନ୍ଦିରରେ ବିବାହ କରିଥିଲେ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ ପରିବାର ଏ ବିଷୟରେ ଜାଣିଥିବା ପ୍ରିୟା କହିଛନ୍ତି । ପ୍ରିୟାଙ୍କ ବକ୍ତବ୍ୟ ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।