ଖରାରେ ବନ୍ୟାର ଭ୍ରମ

27

କଳାହାଣ୍ଡି : କେଉଁଠି ପାଣି ପାଇଁ ହାହାକାର ଆଉ କେଉଁଠି ବନ୍ୟା । କଳାହାଣ୍ଡି ଜୟପାଟଣା ଅଂଚଳରେ ଇନ୍ଦ୍ରାବତୀ  ବାମ କେନାଲରେ ଘାଇ ହେବା ପରେ ସୃଷ୍ଟି ହୋଇଛି ଏଭଳି ପରସ୍ଥିତି ।

ଇନ୍ଦ୍ରାବତୀ ବାମ କେନାଲରେ ପ୍ରାୟ ୧୦ ମିଟର ଘାଇ ସୃଷ୍ଟି ହେବା ପରେ ଶହ ଶହ ଏକର ଚାଷ ଜମି ଏବେ ଜଳମଗ୍ନ । ସେପଟେ ପ୍ରତିବର୍ଷ କେନାଲ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏଥିରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ଋଣ କରଜ କରି ଚାଷ କରିଥିଲା ଚାଷୀ । ହେଲେ ପାଣି ମାଡି ଯାଇ ଅମଳ ହେବାକୁ ଥିବା ଧାନ ନଷ୍ଟ ହୋଇଛି । ଫଳରେ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । ସେପଟେ ଘଟଣାସ୍ଥଳରେ ପଂହଚିଥିବା ନିର୍ବାହୀଯନ୍ତ୍ରୀଙ୍କୁ କେନାଲ ମରାମତି ଓ କ୍ଷତିପୂରଣ ନେଇ ପ୍ରତିଶ୍ରୁତି ଦାବିରେ ଦୀର୍ଘ ସମୟ ଅଟକ ରଖିଥିଲେ ଚାଷୀ ।

ବାରମ୍ବାର ଇନ୍ଦ୍ରାବତୀ କେନାଲର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଚାଷ ନଷ୍ଟ ହେଉଛି । କିନ୍ତୁ ପ୍ରଶାସନ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଉଦ୍ୟମ କରୁନଥିବା ଅଭିଯୋଗ ହେଉଛି ।