ପେଟିଏମ୍ ବ୍ୟବହାର କରୁଥିଲେ ସାବଧାନ ? ନକଲି ଆପ୍ ଜରିଆରେ ହେଉଛି ଠକେଇ . .

212

ବିମୁଦ୍ରକାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ନେଣଦେଣ ଉପରେ ଅଧିକ ଜୋର ଦେଇଥିଲେ । ଡିଜିଟାଲ ନେଣଦେଣକୁ ଉତ୍ସାହିତ କରିବା ପାଇଁ ଜନସାଧାରଣଙ୍କୁ ଅନ ଲାଇନ୍ ମାଧ୍ୟମରେ ପେମେଣ୍ଟ କରିବା ପାଇଁ ସୁଯୋଗ ଅଣାଯାଇଥିଲା । ସେଥିମଧ୍ୟରୁ ପେଟିଏମ ଅନ୍ୟତମ । ବର୍ତ୍ତମାନ ସମୟରେ ପ୍ରାୟ ଲୋକ ପେଟିଏମ ପରି ଆପ୍ ଅଧିକ ବ୍ୟବହାର କରୁଛନ୍ତି । କାରଣ ଖୁବ ସହଜରେ ଏହି ଆପ୍ ଦ୍ୱାରା ଟଙ୍କା ନେଣଦେଣ ହେବା ସହ ଘରେ ବସି ସବୁ କାମ ସୁବିଧାରେ ହୋଇପାରୁଛି । ତେବେ ପେଟିଏମରେ କାମ ଯେତେ ସୁବିଧାରେ ହେଉଛି, ଠକାମିରେ ପଡ଼ିବାର ଭୟ ମଧ୍ୟ ସେତିକି ଅଧିକ ରହିଛି ।

ବର୍ତ୍ତମାନ ସମୟରେ ଶୁଣିବା ପାଇଁ ମିଳୁଛି,ଇନ୍ଦୋରର କିଛି ନାବାଳକ ଛାତ୍ର ନକଲି ପେଟିଏମ (Spoof Paytm) ଜରିଆରେ ବିଲ୍ ଦେଇ ରେଷ୍ଟୁରାଂଟ ମାଲିକମାନଙ୍କୁ ଠକୁଛନ୍ତି । ଇନ୍ଦୋରର ବିଜୟ ନଗର କିଛି ରେଷ୍ଟୁରାଂଟ ସଂଚାଳକ ସାଇବର ସେଲରେ ଏନେଇ ଅଭିଯୋଗ କରିଛନ୍ତି । ଛାଡ଼ଭିନ୍ ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଅଟକ ରଖିଛି ପୋଲିସ୍ । ତେବେ ପିଲାଙ୍କ ଭବିଷ୍ୟତ ଖରାପ ହେବାର ଭୟ ଥିବା ଯୋଗୁଁ କ୍ଷମା କରିଦେଇଛନ୍ତି ହୋଟେଲ ମାଲିକ ।

ସୂଚନାଯୋଗ୍ୟ ୧୦-୧୧ ବର୍ଷର ପିଲାମାନେ ରେଷ୍ଟୁରାଂଟକୁ ଖାଇବା ପାଇଁ ଆସନ୍ତି । ଆଉ ଖାଇ ସାରିବା ପରେ ପାଖରେ ଟଙ୍କା ନାହିଁ, ପେଟିଏମରେ ପେମେଂଟ କରିବେ ବୋଲି କୁହନ୍ତି । ତେବେ ପେମେଂଟ ପ୍ରକ୍ରିୟା ଶେଷ ହେବାପରେ ମଧ୍ୟ ରେଷୁଟାଂଟ ମାଲିକଙ୍କୁ ପାଖକୁ ଟଙ୍କା ଆସେନାହିଁ । ଖାତାକୁ ଟଙ୍କା ଆସିନାହିଁ କହିଲେ ପିଲାମାନେ କୁହନ୍ତି ସର୍ଭରରେ ଅସୁବିଧା ହୋଇଛି ତେଣୁ ଟଙ୍କା ଯାଇନି । କିଛି ସମୟ ପରେ ଟଙ୍କା ଚାଲିଯିବ । ଆଠରୁ ଦଶ ଥର ଏପରି ଘଟଣା ହେବା ପରେ ନାବାଳକଙ୍କୁ ଚିହ୍ନଟ କରି ପୋଲିସକୁ ସୂଚନା ଦେଇଥିଲେ ରେଷ୍ଟୁରାଂଟ ମାଲିକ । ଆଉ ତା’ପରେ ପୁରା ଘଟଣାବଳୀ ବୁଝାପଡ଼ିଥିଲା । ତେବେ ଏ ମାଲମା ପରେ ସାଇବର ସେଲ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରାଦୌଗିକ ମନ୍ତ୍ରାଳୟକୁ ପତ୍ର ଲେଖିଛନ୍ତି । ଆଉ ଏପରି ସମସ୍ୟାର ତୁରନ୍ତ ସମାଧାନ ହେଉ ବୋଲି ଅନୁରୋଧ କରିଛନ୍ତି ।