ବେବୋଙ୍କ ପରେ ଏବେ ଭାଇଜାନ୍ ଙ୍କ ପାଳି ! କରୀନାଙ୍କ ପରେ ଏବେ ସଲମାନଙ୍କୁ ଏହି ଲୋକସଭା ସିଟ୍ ରେ ନିର୍ବାଚନ ପାଇଁ ଆଣିବା ଲକ୍ଷରେ କଂଗ୍ରେସ ।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ବଲିଉଡ୍ ଅଭିନେତ୍ରୀ କରିନା କପୁରଙ୍କ ପରେ ଏବେ ଇନ୍ଦୋରରୁ କଂଗ୍ରେସ ପାଇଁ ବଲିଉଡର ଦବଙ୍ଗ ବୋଲାଉଥିବା ଅଭିନେତା ସଲମାନ୍ ଖାନ୍ ନିର୍ବାଚନକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । କଂଗ୍ରେସ ପ୍ରଦେଶ ସଚିବ ରାକେଶ ଯାଦବ ବୟାନ ଦେଇଥିଲେ ଯେ ସଲମାନଙ୍କ ନାଁରେ କଂଗ୍ରେସ ପାର୍ଟିରେ ଏବେ ମନ୍ଥନ ଚାଲିଛି । ପ୍ରଦେଶ ସଚିବଙ୍କ କହିବାନୁସାରେ ସଲମାନ୍ ଖାନ୍ ଯଦି ନିର୍ବାଚନ ଲଢିବେ ତେବେ ଇନ୍ଦୋରର ଯୁବକମାନଙ୍କୁ ସିନେମା ଜଗତରେ କାମ କରିବା ପାଇଁ ସୁଯୋଗ ମିଳିବ । ସଲମାନଙ୍କ ଜନ୍ମ ମଧ୍ୟ ଇନ୍ଦୋରରେ ହିଁ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ପଟୌଦି ବଂଶର ବୋହୂ କରିନା କପୁର ଖାନ୍ ମଧ୍ୟ ଭୋପାଲରୁ ନିର୍ବାଚନ ଲଢିବା ପାଇଁ କଥା ଉଠିଥିଲା । କରିନାଙ୍କୁ ଭୋପାଲ ଲୋକସଭା ସିଟରୁ କଂଗ୍ରେସ ପାଇଁ ଟିକେଟ୍ ଦିଆଯିବାକୁ ଚର୍ଚ୍ଚା ରହିଛି । ପାର୍ଟି ଏଭଳି କିଛି ସେଲିବ୍ରିଟି ନେତା ଚାହୁଁଛନ୍ତି ଏବଂ ଏଥିପାଇଁ ପାର୍ଟି ସଦସ୍ୟ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଅବଗତ କରାଇ ସାରିଛନ୍ତି ।