ମାତ୍ର ୧୦ ବର୍ଷ ବୟସରେ ଓଜନ ହୋଇଯାଇଥିଲା ୧୯୩ କିଲୋ । କିଛି ଏଭଳି ଭାବେ କମିଲା ଓଜନ, ଏବେ ଏମିତି ଦେଖାଯାଉଛନ୍ତି ଦୁନିଆର ସବୁଠୁ କମ୍ ବୟସର ମୋଟା ପିଲା ଆର୍ୟା ।

2,812

କନକ ବ୍ୟୁରୋ : ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଥିଲେ, ଯେକୌଣସି ଅସମ୍ଭବ କାମ ବି ସମ୍ଭବ ହୋଇଯାଏ । ଆଜି ଆମେ ଆପଣଙ୍କୁ ସେହିଭଳି ଜଣେ ପିଲାର କାହାଣୀ କହିବୁ, ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଦେଖିଲେ ତ ଏହି ପିଲାଟିକୁ । ୟାଙ୍କ ନାଁ ହେଉଛି ଆର୍ୟା ପରମାନା । ଘର ଇଣ୍ଡୋନେସିଆ । ବୟସ ମାତ୍ର ୧୪ ବର୍ଷ । କିନ୍ତୁ ଓଜନ ହେଉଛି ୧୯୩ କିଲୋଗ୍ରାମ । ସମସ୍ତଙ୍କ ପରି ତାଙ୍କ ମନରେ ବି ରହିଛି ଅନେକ ସ୍ୱପ୍ନ । ପାଠ ପଢିବେ, ସାଙ୍ଗ ମାନଙ୍କ ସହ ଖେଳକୁଦ କରିବେ । କିନ୍ତୁ ନିଜର ମୋଟାପଣ ପାଇଁ ଖେଳିବା ତ ଦୂରର କଥା ସେ ଠିକ୍ ସେ ଚାଲି ମଧ୍ୟ ପାରୁନଥିଲେ । ଆଉ ଯେଉଁଥିପାଇଁ ସେ ନିଜ ଓଜନ ହ୍ରାସ କରିବାର ସଂକଳ୍ପ ନେଇଥିଲେ ।

ଆଉ ଏହା ହେଉଛି ଆର୍ୟାଙ୍କର ବର୍ତମାନ ସମୟରେ ଫଟୋ । ଭଲଭାବେ ଦେଖନ୍ତୁ ଏହି ଦୁଇଟି ଫଟୋକୁ । ହୁଏତ ଆପଣଙ୍କ ଆଖି ଏହି ଦୃଶ୍ୟକୁ ବିଶ୍ୱାସ କରିପାରୁନଥିବ । କିନ୍ତୁ ବାସ୍ତବରେ ଏହା ସମ୍ଭବ ହୋଇପାରିଛି ।

ଦିନ ଥିଲା ଦୁନିଆର ସବୁଠାରୁ ମୋଟା ପିଲା ଭାବେ ଆର୍ୟା ପରିଚିତ ଥିଲେ । କିନ୍ତୁ ଏବେ ସେ ପତଳା ହୋଇଯାଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ ଆର୍ୟାଙ୍କୁ ୧୦ ବର୍ଷ ହୋଇଥିଲା । ଯେତେବେଳେ ସେ ଓଜନ ହ୍ରାସ କରିବାର ନିଜ ଯାତ୍ରା ଆରମ୍ଭ କରିଥିଲେ । ନିୟମିତ ଜିମ୍ ଯିବା ସହ ଖାଦ୍ୟ ପାନୀୟ ଉପରେ ମଧ୍ୟ ନିୟନ୍ତ୍ରଣ ରଖିଥିଲେ ଆର୍ୟା । ତେବେ ତାଙ୍କର ସର୍ଜରୀ ମଧ୍ୟ କରାଯାଇଛି । ଆଉ ଏବେ ତାଙ୍କ ଶରୀରରେ କିଛି ଅତିରିକ୍ତ ଚର୍ମ ରହିଥିବା ବେଳେ ଏହାକୁ ହଟାଇବା ପାଇଁ ଆଉ ୨ଟି ସର୍ଜରୀର ଆବଶ୍ୟକତା ରହିଛି ।

ଓଜନ କମ୍ ହେବା ଫଳରେ ଆର୍ୟା ଏବେ ଠିକ୍ ଭାବେ ଚଲାବୁଲା କରିପାରୁଛନ୍ତି । ଅନ୍ୟ ପିଲାମାନଙ୍କ ଭଳି ବ୍ୟାଡମିଂଟନ୍, ଟେନିସ ଏବଂ ଫୁଟବଲ୍ ମଧ୍ୟ ଖେଳିପାରୁଛନ୍ତି ।