ଇଣ୍ଡୋନେସିଆର ଶକ୍ତିଶାଳୀ ଭୂମିକମ୍ପରେ ୮୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଗଲାଣି ଜୀବନ । ଘଟଣାସ୍ଥଳରେ ରାଷ୍ଟ୍ରପତିଙ୍କ ସହ ବରିଷ୍ଠ ଅଧିକାରୀ, ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସ୍ଥାନୀୟ ପ୍ରଶାସକଙ୍କ ସୂଚନା

41

କନକ ବ୍ୟୁରୋ : ଇଣ୍ଡୋନେସିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୮୩୨ ଲେ।କଙ୍କ ପ୍ରାଣ ଯାଇଥିବା ନେଇ ସ୍ଥାନୀୟ ସରକାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ୭.୫ ତୀବ୍ରତାର ହୋଇଥିବା ଭୂମିକମ୍ପରେ ଅନେକ ଲୋକଙ୍କ ଘର ଦ୍ୱାରା ଭାଙ୍ଗିଯିବ ସହ ଶହଶହ ଲୋକ ବାସହରା ହୋଇପଡିଛନ୍ତି । ବର୍ତମାନ ସମୟରେ ବି ସ୍ଥାନୀୟ ଉଦ୍ଧାରକାରୀ ଦଳ ଲୋକମାନଙ୍କ ସହାୟତ କରିବା ସହ ଭଗ୍ନାଅବଶେଷରୁ ମୃତ ଦେହକୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ସେଠାକାର ଡିଜାଷ୍ଟର ମ୍ୟାନେଜମେଣ୍ଟର ମୁଖପାତ୍ର ସୁତୋପୋ ପିୟୋର କହିଛନ୍ତି ଯେ, ଆମେ ମାନେ ଲେକମାନଙ୍କୁ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେଉଛୁ । ଅନେକ ଲୋକ ଭଙ୍ଗାଘର ତଳେ ରହିଯାଇଛନ୍ତି ।

 

ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମୟ ଲାଗୁଛି । ସବୁଠାରୁ ବଡ କଥା ହେଲା ଯେ, ଭୂମିକମ୍ପ ସମୟରେ ୭୧ ବିଦେଶୀ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏହାସହ ସମସ୍ତ ପୀଡିତାଙ୍କୁ ରନ୍ଧାଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଉଛି । ସମୁଦ୍ର ପାଣି ମାଡି ଆସିଥିବାରୁ ଲେକାମାନେ ପିଇବା ପାଣି ସଠିକ ଭାବରେ ପାଇ ପାରୁନାହାନ୍ତି । ତେଣୁ ସେମାନଙ୍କୁ ପିଇବା ପାଣିର ସମସ୍ୟା ହେଉଛି । ସରକାର ଜନସାଧ।ରଣମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ପାଲୁ ସିଟିରେ ସବୁଠାରୁ ଅଧିକ କ୍ଷତି ହୋଇଛି । ବର୍ତମାନ ସମୟରେ ବି ଅନେକ ସ୍ଥାନରେ ସମୁଦ୍ର ପାଣି ଜମିରହିଛି ।

 

ଅନେକ ଶବ ଉଦ୍ଧାର କରାଯିବ ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ପରିଚୟ ମିଳିପାରିନାହିଁ । ଏହାସହ ଆଜି ଇଣ୍ଡୋନେସିଆର ରାଷ୍ଟ୍ରପତି ଲେ।କମାନଙ୍କର ଅବସ୍ଥା ପଚାରି ବୁଝିବା ସହ ପାଲୁ ସହରକୁ ନିଜେ ପରିଦର୍ଶନ କରିଛନ୍ତି । ଗସ୍ତ ସମୟରେ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେପରି କୌଣସି ଲୋକମାନଙ୍କର ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବା ସହ ଲେ।କମାନଙ୍କୁ ସମସ୍ତ ସହାୟତ ଯୋଗାଇ ଦେବା ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ସୂଚନା ଅନୁସାରେ ୧୭ ହଜାର ଘର ଭୂମିକମ୍ପରେ ନଷ୍ଟ ହୋଇଛି । ତେବେ ତାହାର କିପରି ଭାବରେ ପୁନଃ ନିର୍ମାଣ ହେବ ସେନେଇ କାମ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନେକ ସହରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।

 

ତେଣୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଛି । କେବଳ ଏତିକି ନୁହେଁ ବିଦ୍ୟୁତ ସଂଯୋଗ ମଧ୍ୟ ବନ୍ଦ ରହିଥିବା ଜଣାପଡିଛିି । ଏହାସହ ସେଠାକାର ସ୍ଥାନୀୟ ବିମାନ ବନ୍ଦରକୁ ମଧ୍ୟ ବନ୍ଦ ରଖାଯାଇଛି । ଭୂମିକମ୍ପରେ ଆହତ ହୋଇଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ତେବେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସ୍ଥାନୀୟ ସରକାର ଆକଳନ କରିଛନ୍ତି । ବର୍ତମାନ ସମୟରେ ସଠିକ ପରିମାଣରେ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଘଟଣାର ସମ୍ପୂର୍ଣ୍ଣ ଉଦ୍ଧାରକାର୍ଯ୍ୟ ସରିଲେ କ୍ଷୟକ୍ଷତି ଜଣାପଡିବ ବୋଲି ସରକାରଙ୍କ ପକ୍ଷରି ସୂଚନା ଦେଇଛନ୍ତି ।