ଇଣ୍ଡୋନେସିଆରେ ୬.୪ ତୀବ୍ରତାର ଭୟଙ୍କର ଭୂମିକମ୍ପ ! ଥରିଲା ପୂରା ସହର, ୩ ମୃତ ଅନେକ ଆହତ । ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ

59

କନକ ବ୍ୟୁରୋ : ଇଣ୍ଡୋନୋସିଆରେ ପୁଣି ଥରେ ଭୂକମ୍ପ ହୋଇଛି । ତେବେ ଏହି ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରକାଶ ଯୋଗ୍ୟ ଆଜି ସାକଳୁ ଇଣ୍ଡୋନେସିଆର ଲୋମ୍ବୋକ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ସହ ଅନେକ କୋଠାବାଡ଼ି ଭାଙ୍ଗିରୁଜି ଯାଇଛି। ଦେଶର ଉତ୍ତରଭାଗରେ ଭୂମିକମ୍ପ ଅନୁଭୂତ ହେଉଥିବା ବେଳେ ଅନେକ ଲୋକ ଶୋଇଥିଲେ। କମ୍ପନ ଅନୁଭୂତ ହେବା ପରେ ସଭିଏଁ ଜୀବନ ବିକଳେ ଘରଦ୍ୱାର ଛାଡ଼ି ପଦାକୁ ବାହାରି ଆସିଥିଲେ। ପରବର୍ତ୍ତୀ କମ୍ପନ ଆଶଙ୍କାରେ ଅଧିକାଂଶ ଲୋକେ ଘର ବାହାରେ ହିଁ ଅପେକ୍ଷା କରି ରହିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ଜିଓଗ୍ରାଫିକାଲ୍ ସର୍ଭେ ହିସାବ ଅନୁସାରେ, ରିକ୍ଟର୍ ସ୍କେଲ୍ରେ ଭୋର୍ ୬ଟା ୪୭ ମିନିଟରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ଥିଲା ୬. ୪। ଲେଲୋଙ୍ଗକେନ ଦକ୍ଷିଣପଶ୍ଚିମକୁ ୧. ୪ କିଲୋମିଟର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ। ଭୂଗର୍ଭର ୭ କିଲୋମିଟର ଅ।ଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲ ।

ଯୁକ୍ତରାଷ୍ଟ୍ର ଆମେରିକାର ଜିଓଗ୍ରାଫିକାଲ୍ ସର୍ଭେ ପୁଣି କହିଛି କି, ଏହାର ଅଧଘଣ୍ଟାଏ ପରେ ଘଟିଥିବା ଭୂମିକମ୍ପ ପରବର୍ତ୍ତୀ କମ୍ପନର ମାତ୍ରା ରିକ୍ଟର୍ ସ୍କେଲରେ ଥିଲା ୫. ୪। ମାତାରାମ ସହରର ଉତ୍ତରପୂର୍ବକୁ ୫୦ କିଲୋମିଟର୍ ଦୂରରେ ଥିଲା ଏହାର କେନ୍ଦ୍ର। ଜନପ୍ରିୟ ପର୍ଯ୍ୟଟନସ୍ଥଳୀ ବାଲି ଦ୍ୱୀପର ପୂର୍ବରେ ରହିଛି ଲୋମ୍ବୋକ ଦ୍ୱୀପ। ତେବେ ଅନେକ ସମୟରେ ଇଣ୍ଡୋନେସିଆରେ ଭୂମିକମ୍ପ ହୋଇଥିବାର ଦେଖାଯାଏ । ଏହା ଫଳରେ ସେଠାରେ ଅନେକ ଲୋକମାନଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦେଖାଯାଏ । ବେଳେ ବେଳେ ଭୂକମ୍ପପରେ ସେଠାରେ ପ୍ରବଳ ମାତ୍ରାରେ ଅଗ୍ନି ଉଦଗିରିଣ ଦେଖିବାକୁ ମିଳିଥାଏ। ତେଣୁ ବର୍ତ୍ତମାନ ସମୟରେ ସେଠାକାର ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି । ଇଣ୍ଡାନୋସିଆର ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ଭୟବିତ ନହୋଇ କେବଳ ସତର୍କ ରହିବା ପାଇଁ କୁହାଯାଇଛି । ତେବେ ଏହି ଭୂକମ୍ପ ଫଳରେ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସମୟରେ ସୁନାମୀ ଆଲର୍ଟ ବିଷୟରେ କୈାଣସି ପ୍ରକାର ସୂଚନା ଦିଆଯାଇନାହିଁ ।