ଭାରତରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଯୋଗ ଦିବସ ଭାବରେ ପାଳନ କରାଯାଏ । ଏହି ଦିନରେ ଦେଶର ପ୍ରାୟ ସମସ୍ତ ସ୍ଥାନରେ ଯୋଗ ଦିବସ ପାଇଁ ବିଭିନ୍ନ ଆୟୋଜନମାନ କରାଯାଇଥାଏ । କେବଳ ଆମ ଦେଶ ଭାରତ ନୁହେଁ ବିଶ୍ୱର ଅନେକ ଦେଶ ମାନଙ୍କରେ ମଧ୍ୟ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ତେବେ ଚଳିତବର୍ଷ ଦିଲ୍ଲୀ ଠାରୁ ଆରମ୍ଭ କରି ଲଦାଖ ଯାଏ ଲୋକମାନେ ଯୋଗ କରୁଥିବାର ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଯୋଗ ଦିବସରେ ବରଫ ଅଞ୍ଚଳରେ ରହୁଥିବା ଆଇଟିବିପି (ଭାରତ ତିବ୍ୱତ ସୀମା ପୋଲିସ)ର ଯବାନ ମାନେ ମଧ୍ୟ କଠିନ ଥଣ୍ଡାରେ ଯୋଗ ଦିବସରେ ଯୋଗ କରି ଲୋକମାନଙ୍କୁ ବର୍ତ୍ତା ପଠାଇଛନ୍ତି ।

ଅନ୍ତରାଷ୍ଟ୍ରିୟ ଯୋଗ ଦିବସରେ ଆଇଟିବିପିର ଯବାନମାନେ ଲଦାଖରେ ପ୍ରାୟ ୧୮୦୦୦ ଫୁଟ ଉପରେ ଥିବା ବରଫ ଅଞ୍ଚଳରେ ଯୋଗ କରିଥିବା ଜଣାପଡିଛି । ଯବାନ ମାନେ ଏପରି ହାଡଭଙ୍ଗା ଥଣ୍ଡାରେ ଯୋଗ କରି ଲୋକମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇଛନ୍ତି କି, ଯେକୌଣସି ପରିସ୍ଥିତି ହେଉନା କହିଁକି ଯଦି ମନରେ ଦୃଢ ଇଚ୍ଛାଶକ୍ତି ଏବଂ ମନବଳ ଥିବ ତେବେ ଯୋଗ ଯେକୌଣସି ସ୍ଥାନରେ ମଧ୍ୟ କରାଯାଇପାରିବ ଏବଂ ଶରୀରକୁ ସୁସ୍ଥ ରଖାଯାଇପାରିବ । କେବଳ ଯବାନ ମାନେ ନୁହଁନ୍ତି ଯୋଗ ଦିବସରେ ନୌସେନା ମଧ୍ୟ ବୁଡାଜାହାଜ ମଧ୍ୟରେ ଯୋଗ କରି ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକମାନଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି ।