ପରମାଣୁ ଶକ୍ତିର ଭୟାବହତା ! ଯୁଦ୍ଧ ହେଲେ ସଂକଟକୁ ଆସିଯିବ ଦୁନିଆ

539

ପାକିସ୍ତାନ ମାଟିରେ ଜବରଦସ୍ତ ଏୟାରଷ୍ଟ୍ରାଇକ କରିଛି ଭାରତୀୟ ବାୟୁସେନା। ଏଲ୍ଓସିଠାରୁ ୭୦ କିଲୋମିଟର ଦୂରକୁ ଟାର୍ଗେଟ କରି ଆତଙ୍କବାଦୀ ଆଡ୍ଡାକୁ ଛାରଖାର କରିଛନ୍ତି ଭାରତୀୟ ସେନା। ଭାରତୀୟ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକର ଜବାବ ଦେଇଛି ପାକିସ୍ତାନ। ଏଲଓସିରେ ଅଶାନ୍ତି ଲାଗି ରହିଛି। ଭାରତ-ପାକ୍ ଭିତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଲମ୍ବା ସମୟ ଧରି ଦୁଇ ଦେଶ ମଧ୍ୟରେ ଏଭଳି ପରିସ୍ଥିତି ଜାରି ରୁହେ ତେବେ ଏହା ଫଳାଫଳ ଯୁଦ୍ଧର ରୂପ ନେଇପାରେ ଆଉ ସେ ବି ପୁଣି ପରମାଣୁ ଯୁଦ୍ଧ । ଯଦି ଯୁଦ୍ଧ ହୁଏ ତେବେ ଯୁଦ୍ଧର ଭୟାବହତା ଏବଂ ପରିମାଣ କେତେ ଭୟଙ୍କର ରହିବ ତାହା ଆପଣ କେବେ କଳ୍ପନା ବି କରିପାରିବେ ନାହିଁ ।

ଯେଉଁ ସ୍ଥାନରେ ପରମାଣୁ ବୋମା ବିସ୍ଫୋରଣ ହେବ ସେହି ସ୍ଥାନରେ ତୀକ୍ଷ୍ଣ ଚମକ ସହ ଭୟଙ୍କର ନିଆଁଗୋଳା ଉଠିବ ଯାହା କିଛି ଦୂର ଯାଏଁ ସବୁ ଜାଳି ଛାରଖାର କରିଦେବ। ଏହି ପରମାଣୁ ବୋମାର ପ୍ରଖର ରହିବ କି ଯେ ଏହା ଦ୍ବାରା ଲୋକେ ଅନ୍ଧ ହୋଇଯିବେ। ଏଥିରେ ଉଠିଥିବା ନିଆଁ ଗୁଳା ପବନକୁ ନିଜ ଆଡ଼କୁ ଟାଣି ପୂରା ବାତାବରଣକୁ ବାୟୁଶୂନ୍ୟ କରିଦେବ। ଏହା ସଂସ୍ପର୍ଶରେ ଆସୁଥିବା ମନୁଷ୍ୟ,ପ୍ରାଣୀଙ୍କ ମୃତ୍ୟୁ ଅବଶ୍ୟମ୍ଭାବୀ। ସେମାନେ ଜୀଅନ୍ତା ଜଳିଯିବେ। ଭୀଷଣ ତାପରେ ସେମାନଙ୍କ ହାଡ଼ ତରଳିଯିବ। ଯଦି ପରମାଣୁ ଆୟୁଧ ୬ମେଗାଟନରୁ ଅଧିକ ହେଲା ତେବେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ।

ପରମାଣୁ ବିସ୍ଫୋରଣରୁ ବାହାରୁଥିବା କାର୍ବନରୁ ସୃଷ୍ଟି ମେଘ କିଛି ସମୟ ମଧ୍ୟରେ ବିସ୍ଫୋରଣ ହୋଇଥିବା ସ୍ଥାନ ବ୍ୟତୀତ ଅତ୍ୟନ୍ତ ବିଶାଳ ସ୍ଥାନରେ ସୂର‌୍ୟ୍ୟଙ୍କୁ ଢାଂକି ଦେବ । ସୂର‌୍ୟ୍ୟ କିରଣ ସେହିସ୍ଥାନରେ ପଡିବ ନାହିଁ। ଏହି କଳା ବାଦଲରୁ ହୋଇଥିବା ଅମ୍ଳବର୍ଷା ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିବେ। ବୈଜ୍ଞାନିକଙ୍କ କହିବାନୁସାରେ ଏହି ପ୍ରକ୍ରିୟା ଦ୍ବାରା ଅମ୍ଳବର୍ଷା ଲାଗିରହିଥାଏ।

ଏପରି କୁହାଯାଉଛି ଯେ ପରମାଣୁ ବିସ୍ଫୋରଣ ଦ୍ବାରା ଓଜୋନ୍ ସ୍ତରରେ ଭୟଙ୍କର କ୍ଷତି ହେବ। କାର୍ବନରୁ ହୋଇଥିବା ମେଘ ୭୦ପ୍ରତିଶତ ଓଜୋନ ସ୍ତରକୁ ନଷ୍ଟ କରିଦେବ। ଏହା ପରେ ମହାକାଶରୁ ଆସୁଥିବା ଅତିବାଇଗଣୀ ରଶ୍ମି ମାନବଜାତି ଏବଂ ବନସ୍ପତିର ଅସ୍ତିତ୍ବ ଉପରେ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଯୋଗୁଁ ଅମ୍ଳ ବର୍ଷା ଏବଂ ଧୂଳି ଝଡ଼ ଅତ୍ୟଧିକ ବୃଦ୍ଧି ପାଇବ। ୧୯୩୦ମସିହାରେ ଆମେରିକାର ଟେକ୍ସାସ ଏବଂ ଏରିଜୋନାର ଧୂଳିଝଡ଼ ଫସଲ ଉଜାଡ଼ି ଦେଇଥିଲା। ଏହା ଦ୍ବାରା ଆମେରିକାରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା।

ପରମାଣୁ ଯୁଦ୍ଧ ପରେ ବ୍ୟାପକ କ୍ଷତି ପରେ ସରକାରଙ୍କୁ ପୁଣି ଥରେ ଆର୍ଥିକ ଏବଂ ସାମାଜିକ ସ୍ଥିତି ସୁଧାରିବାକୁ ପଡ଼ିବ ଯେଉଁଥିପାଇଁ ଯୁଗ ଯୁଗ ସମୟ ଲାଗିଯିବ। ବେରୋଜଗାର,ଦାରିଦ୍ର‌୍ୟ,ମରୁଡ଼ି ଯୋଗୁଁ ଅପରାଧ ଏବଂ ଜାତୀୟ ସଂଘର୍ଷ ବଢ଼ିବାକୁ ଲାଗିବ ଯାହା ଦ୍ବାରା ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେବ।

ଆର୍ଥିକ ସ୍ଥିତିକୁ ପରେ ମଧ୍ୟ ସୁଧାରି ହେବ କିନ୍ତୁ ଏହାଦ୍ବାରା ଜନସଂଖ୍ୟା ହ୍ରାସ ଘଟିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ଦେଢ଼ କୋଟି ବ୍ୟକ୍ତି ତୁରନ୍ତ ଜୀବନ ହରାଇବେ ଏବଂ ୨୦ବର୍ଷ ପର‌୍ୟ୍ୟନ୍ତ ଏହାର କ୍ଷତିକାରକ ପରିଣାମ ଆହୁରି ଲୋକଙ୍କ ପ୍ରାଣ ନେବ। ଏହା ବ୍ୟତୀତ ମାନବଜାତିର ଅସ୍ତିତ୍ବକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ।