ଭାରତ – ପାକିସ୍ତାନ ଭିତରେ ପରମାଣୁ ଯୁଦ୍ଧ ଉପୁଜିଲେ ହେବ କ’ଣ ? କେବଳ ଗୋଟିଏ ବଟନରେ ଜୀବନ ହରାଇବେ ୧ କୋଟି ୧୦ ଲକ୍ଷ ଲୋକ,ଭୋକଉପାସରେ ମରିଯିବେ ୨ ମିଲିୟନ୍ ଲୋକ ।

1,554

ଭାରତ ଏବଂ ପାକିସ୍ତାନ ଭିତରେ ବାରମ୍ବାର ଗମ୍ଭୀର ପରିସ୍ଥିିତି ଉପୁଜୁଛି । କିନ୍ତୁ ଏଭଳି ପରିସ୍ଥିତି ବି ଉପୁଜି ନାହିଁ ଯେ ଦୁଇ ଦେଶ ନିଜକୁ ରଣକ୍ଷେତ୍ରକୁ ଠେଲିଦେବେ । କିନ୍ତୁ ମାନିନିଅନ୍ତୁ ଯଦି ଆକ୍ରୋଶର କ୍ରୋଧରେ ଜଳି ଦୁଇଦେଶ ଯଦି ରଣକ୍ଷେତ୍ରକୁ ଡେଇଁପଡିଲେ ଏବଂ ଭାରତ-ପାକ୍ ଭିତରେ ପରମାଣୁ ଯୁଦ୍ଧ ଯଦି ଆରମ୍ଭ ହୋଇଯାଏ ତେବେ ହେବ କ’ଣ? ଆପଣ ଭାବିପାରିବେ ନାହିଁ କେଉଁଭଳି ଭୟଙ୍କର ପରିମାଣ ଏହାର ହେବ । ଗୋଟିଏ ସପ୍ତାହରେ ହିଁ ୨ କୋଟି ୧୦ ଲକ୍ଷ ଲୋକ ମୃତ୍ୟୁବରଣ କରିବେ । ଅଧିକାଂଶ ଲୋକ ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିବେ । ଯେଉଁମାନେ ଜୀବିତ ରହିବେ ସେମାନେ ରେଡିଏସନ୍ ର ପ୍ରଭାବରେ ଜୀବନ ହାରିବେ । ଅଧା ଦୁନିଆରୁ ଗରମ ଏବଂ ଶୀତର ପ୍ରଭାବ କମିଯିବ । ପରମାଣୁ ଜନିତ ଋତୁରେ ଦୁନିଆ ନଷ୍ଟାଭିମୁଖ ହେବ । ପୃଥିବୀରେ ସବୁଜିମା ଭଳି ଶବ୍ଦ ଉଭେଇଯିବ । ଅଧା ଦୁନିଆରୁ ଦୁଇ ମିଲିୟନ୍ ଲୋକ ଭୋକଉପାସରେ ମରିଯିବେ ।

ଲୋକ ଭୋକଉପାସରେ ଛଟପଟ ହୋଇ ମରିଯିବେ : କଥା କେବଳ ଭାରତ କିମ୍ବା ପାକିସ୍ତାନର ନୁହଁ । ଯୁଦ୍ଧ ମଝିରେ ଅଧା ଦୁନିଆର ସ୍ଥିତି ରହିଛି । ଯଦି ଦୁର୍ଭାଗ୍ୟବଶତଃ ଭାରତ ଏବଂ ପାକିସ୍ତାନ ଭିତରେ ଯୁଦ୍ଧର ପରିସ୍ଥିତି ଉପୁଜେ ଏବଂ ଏହି ଦୁଇଦେଶ ଯଦି ଯୁଦ୍ଧରେ ନିଜର ଅଧା ପରମାଣୁ ବୋମାର ବଟନ୍ ଦବାଇ ଦିଅନ୍ତି ତେବେ ଗୋଟିଏ ଝଟକାରେ ଦୁଇଦେଶରୁ ୧ କୋଟି ୧୦ ଲକ୍ଷ ଲୋକ ମରିଯିବେ । ଏହାର ପ୍ରଭାବ ବାକି ଦେଶରେ ମଧ୍ୟ ପଡିପାରେ ।

ଭୟଙ୍କର ହେବ ପରିମାଣ : ଭାରତ ଏବଂ ପାକିସ୍ତାନ ପାଖରେ ଯେଉଁ ପରମାଣୁ ବୋମା ଅଛି ସେଥିରୁ ସବୁ ବମ୍ ହିରୋସିମା ଉପରେ ପକାଯାଇଥିବା ୧୫ କିଲୋଟନ୍ ବମ୍ ବରାବର୍ ହୋଇଥାଏ । ଏହି ବୋମା ଯେଭଳି ପଡିବ ଏହାର ଗରମ,ଉତ୍ତପ୍ତ ଏବଂ ରେଡିଏସନ୍ ଲୋକଙ୍କୁ ମାରିବାରେ ଯଥେଷ୍ଟ । ଏହାପରେ ମଧ୍ୟ ଯଦି ଲୋକ ବଚିଂଯାଉଛନ୍ତି ତେବେ ତାଙ୍କ ପାଖରେ ବଚିଂବା ବହୁତ କଷ୍ଟକର ହୋଇପଡିବ । ଭୋପାଳ ଗ୍ୟାସ୍ ର ତିନିବର୍ଷ ପରେ ମଧ୍ୟ ଆଜି ତୃତୀୟ ପିଢି ମଧ୍ୟ ରୋଗିଣା ହୋଇ ଜନ୍ମ ନେଉଛନ୍ତି । ଏ ତ ପରମାଣୁ ବୋମା! ଅନୁମାନ କରନ୍ତୁ ଏହାର ପ୍ରଭାବ କେତେ ଲମ୍ବା ଏବଂ ବିପଦଜନକ ହେବ ।

ଖିନଭିନ୍ ହୋଇଯିବ ଓଜନ୍ ପରତ : ବୋମାର ରେଡିଏସନ୍ ନା କେବଳ ଲୋକଙ୍କୁ ପ୍ରଭାବ ପକାଇବ ଅନ୍ୟ ତରିକାରେ ମଧ୍ୟ ତିଳତିଳ କରି ମାରିବ । ବୈଜ୍ଞାନିକଙ୍କ କହିବାନୁସାର ଏତେ ରେଡିଏସନ୍ ରେ ବାୟୁମଣ୍ଡଳରେ ଓଜନ ପରତ ବରବାଦ୍ ହୋଇଯିବ । ଏହାର ଅର୍ଥ ହେଉଛି ବାୟୁମଣ୍ଡଳରୁ ଋତୁ ପରିବର୍ତ୍ତନର ଧାରା ହିଁ ବଦଳିଯିବ । ଏହି କଥାରୁ ଆପଣ ଅନୁମାନ ଲଗାଇ ପାରୁଥିରେ ବୃକ୍ଷ,ଲତାଙ୍କ କ’ଣ ହେବ ।

ଜୀବନ ହରାଇବେ ୨ କୋଟିରୁ ଅଧିକ ଲୋକ : ବୈଜ୍ଞାନିକଙ୍କ କହିବାନୁସାର ପରମାଣୁ ବୋମାର ଆକ୍ରୋଶରେ ଗୋଟିଏ ସପ୍ତାହରେ ହିଁ ୨ କୋଟି ୧୦ ଲକ୍ଷ ଲୋକ ମୃତ୍ୟୁବରଣ କରିବେ । ବର୍ତ୍ତମାନ ଆତଙ୍କବାଦୀ , ଜନତା ଏବଂ ଯବାନଙ୍କୁ ଯେତେ ପରିମାଣରେ କ୍ଷତି ପହଂଚାଉଛି ପରମାଣୁ ଯୁଦ୍ଧରେ ଏହାର ୨ ହଜାର ଗୁଣ ଅଧିକ ଜୀବନ ଯିବ । ଅବସ୍ଥା ଏଭଳି ହେବ ଯେ ଗୋଟିଏ ସ୍ଥାନରୁ ବଣଜଙ୍ଗଲର ନାମ ହିଁ ମାଟିରେ ମିଶିଯିବ ଯାହାଦ୍ୱାରା ୨ ମିଲିୟନ୍ ଲୋକ ଭୋକଉପାସରେ ଆଉଟୁପାଉଟୁ ହୋଇ ମରିବେ ।