ମନେପଡେ କାହାଣୀ ୩୨ବର୍ଷର : ଭୁବନେଶ୍ୱରର ଆଇଜି ପାର୍କରେ ଇନ୍ଦିରା ଦେଇଥିଲେ ଶେଷ ଭାଷଣ

65

22କନକ ବ୍ୟୁରୋ : ଅକ୍ଟୋବର ୩୧, ୧୯୮୪ । ଦେହରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଲେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ସ୍ତବ୍ଧ ପାଲଟିଗଲା ପୁରା ଦେଶ । ଦେଶବାସୀ ହରାଇଲେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ । ମୃତ୍ୟୁର ଦିନକ ପୂର୍ବରୁ ଇନ୍ଦିରା ଆସିଥିଲେ ଓଡିଶା ଗସ୍ତରେ । ରାଜଧାନୀ ଭୁବନେଶ୍ୱରର ପରେଡ୍ ଗ୍ରାଉଣ୍ଡରେ ଦେଇଥିଲେ ଜୀବନର ଶେଷ ଭାଷଣ । ତାପରଦିନ ଆଇରନ୍ ଲେଡିଙ୍କ ଅକାଳ ବିୟୋଗ ହେଲା ।

vlcsnap-2016-10-31-21h05m40s359ଖବର କାଗଜ ସମ୍ବାଦର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିଲା ଭୁବନେଶ୍ୱରର ଜନସଭାରେ ଇନ୍ଦିରାଙ୍କ ଭାଷଣର ଫଟୋ । ଗୋଟିଏ ପଟେ ରହିଥିଲା ଇନ୍ଦିରାଙ୍କ ଭାଷଣ ଦେବାର ଫଟୋ ଏବଂ ଅନ୍ୟପଟେ ଜନସଭାରେ ଉପସ୍ଥିତ ଲକ୍ଷାଧିକ ଜନତା । ପୁରା ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିଲା ଇନ୍ଦିରା ଗାନ୍ଧିଙ୍କ ନିହତ ଖବର । ଖାଲି ସେତିକି ନୁହେଁ ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ସମ୍ପାଦକୀୟ ସ୍ତମ୍ଭକୁ ଖାଲି ରଖାଯାଇଥିଲା । ଆଉ ଡାହାଣରେ ରାଜୀବ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଥିବା ଖବର ରହିଥିଲା ।

ଧରିତ୍ରୀର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିଲା ଇନ୍ଦିରା ଗାନ୍ଧିଙ୍କ ନିହତ ଖବର । ଆତତାୟୀର ଗୁଳିଚୋଟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିହତ । ତାତଳକୁ ରହିଥିଲା ରାଜଧାନୀ ପରେଡ୍ ପଡିଆ ଜନସଭାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ଶେଷ ଭାଷଣର ଖବର ।

ପ୍ରଜାତନ୍ତ୍ର । ନଭେମ୍ବର ୨ । ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଂଜଳି । ପିତାଙ୍କ ସ୍ମୃତିପୀଠ ତିନ୍ମୂର୍ତିଭବନରେ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମରଶରୀର । ରାଜଧାନୀ ନୂଆଦିଲ୍ଲୀର ରାଜରାସ୍ତାରେ ଜମିଥିଲା ଜନତାଙ୍କ ଅସମ୍ଭାଳ ଭିଡ । ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଶେଷ ଦର୍ଶନ ସହ ଅଶ୍ରୁଳ ବିଦାୟ ଦେଇଥିଲେ ଦେଶବାସୀ ।
ଖବର କାଗଜ ସମାଜରେ ପ୍ରକାଶ ପାଇଥିଲା ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ଦୁଇ ଦୁଇଟି ଖବର । ଇନ୍ଦିରାଙ୍କ ଜୀବନୀ ଓ ସଂଘର୍ଷମୟ କାହାଣୀ ଉପରେ ଆଲେଖ୍ୟ ଲେଖିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ । ସେହିପରି ଆଉ ଗୋଟିଏ ସ୍ତମ୍ଭରେ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଘଟଣାର ତଦନ୍ତ ଖବର ସ୍ଥାନ ପାଇଥିଲା । ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁକୁ ବିତିଛି ୩୨ ବର୍ଷ । ଦେଶ ପାଳୁଛି ବଳିଦାନ ଦିବସ ।