ଜଗତସିଂହପୁର ମୁଦୁପୁର ପଂଚାୟତରେ ସରକାରୀ ଅର୍ଥ ହେରଫେରର ଅଭିଯୋଗ : ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଏହାର ସୁଫଳ ପାଉନାହାନ୍ତି ପ୍ରକୃତ ହିତାଧିକାରୀ

100

ଜଗତସିଂହପୁର : ଗ୍ରାମାଚଂଳରେ ଲୋକଙ୍କ ପାଇଁ ସରକାର ପ୍ରଚଳନ କରୁଛନ୍ତି ଯୋଜନା ପରେ ଯୋଜନା । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା କାରଣରୁ ଏହାର ସୁଫଳ ପାଉନାହାନ୍ତି ପ୍ରକୃତ ହିତାଧିକାରୀ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ବ୍ଳକ୍ ଅନ୍ତର୍ଗତ ମୁଦୁପୁର ପଂଚାୟତରେ ।

ଜଗତସିଂହପୁର ମୁଦୁପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ । ପଂଚାୟତ ଗୃହଟି ଏବେ ପଡିରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ଫଳରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି କାର୍ଯ୍ୟାଳୟ । କିନ୍ତୁ ପଂଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା କେଶବ ଚନ୍ଦ୍ର ସ୍ୱାଇଁଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ । ସରକାରୀ ଅର୍ଥ ହେରଫେର ସହ ଇନ୍ଦିରା ଆବାସ ଓ ପାଇଖାନା କରାଇଦେବାକୁ ଗ୍ରାମବାସୀଙ୍କ ଠାରୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କ ଦୁର୍ନିୀତି ସଂପର୍କରେ ଉଚ୍ଚ ପଦସ୍ଥ ଅଧିକାରୀ ଜାଣିବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡିଛି ।

ଗରିବ ହୀତାଧିକାରୀମାନେ ଇନ୍ଦିରା ଆବାସ ଖଣ୍ଡିଏ ପାଇବା ପାଇଁ ଧାର କରଜ କରି ନିର୍ବାହୀ ଅଧିକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଟଙ୍କା ପାଇପାରିଲେନି । ଏନେଇ ଜଗତସିଂହପୁର ବିଡିଓଙ୍କୁ ଅବଗତ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନମିଳିବାରୁ ଲୋକେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ କାର୍ଯ୍ୟନିର୍ବାହୀ ଅଧିକାରୀ କେଶବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି